୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ଆସିକା ପୋଲିସ
20/02/2019 at 2:03 PM

ଆସିକା ୨୦|୨: ଗଂଜାମ ଜିଲ୍ଲା ଆସିକା ପୋଲିସ ତିନି ଜଣ କୁଖ୍ୟାତ ଅପରାଧିକୁ ଗିରଫ କରିଛି । ଗିରଫ ଅପରାଧିମାନେ ହେଲେ ଆଲୋକ ପ୍ରଧାନ, କାହ୍ନୁ ଚରଣ ସାହୁ ଓ ସୁଶାନ୍ତ କୁମାର ନାୟକ । ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଦୁଇଟି ହତ୍ୟା ମାମଲା ରହିଛି ।

ଆସିକା ହୁମୁକି ହଟିଆ ଜେନା ହତ୍ୟାକାଣ୍ଡ ଓ ଧରାକୋଟ ଥାନା ସୁବାଷ ସାହୁ ହତ୍ୟାକାଣ୍ଡରେ ସଂମ୍ପୃକ୍ତ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଗତ ୨୦୧୫ରେ ଆସିକା ଥାନାର ପୂର୍ବତନ ଥାନା ଅଧିକାରୀ ବାଲେଶ୍ବର ଗିଧିଙ୍କ ଉପରକୁ ଗୁଳିମାଡ ଘଟଣାରେ ମଧ୍ୟ ସଂମ୍ପୃକ୍ତ ଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତ ମାନଙ୍କଠାରୁ ଗୋଟିଏ ମାଉଜର, ଦୁଇଟି ଗୁଳି ଓ ଗୋଟିଏ ମୋଟରସାଇକେଲ ଜବତ ହୋଇଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆସିକା ପୋଲିସ ସୂଚନା ଦେଇଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021