ଭୁଶୁଡି ଗଲା ଘର କାନ୍ଥ; ଚାପିହୋଇ ମରିଗଲେ ୩ ଗାଈ
3/01/2019 at 6:34 PM

ଭଦ୍ରକ ୩/୧ : ଘର ମାଟିରେ ମିଶିଗଲା, ଆଉ ତିନିଟି ଗାଈ ମରିଗଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସମିଆଁ ଗାଁରେ ଘଟିଛି ଏହି ଅଘଟଣ । ଦାଣ୍ଡରେ ବନ୍ଧା ହୋଇଥିଲେ ଗାଈ । ହଠାତ୍ ଘରର କାନ୍ଥ ଭାଙ୍ଗି ଗଲା । କାନ୍ଥ ତଳେ ଚାପି ହୋଇଗଲେ ଗାଈ । ଦମକଳ କର୍ମଚାରୀ ପହଂଚି ମାଟିତଳୁ ଉଦ୍ଧାର କରିବା ବେଳକୁ ସବୁ ଗାଈ ମରିଯାଇଥିଲେ ।

ସମିଆଁ ଗାଁର ଜଳନ୍ଧର ଘୋଷଙ୍କ ପୁରୁଣା ମାଟି ଘର ଆଜି ମାଟିରେ ଏମିତି ଶୋଇ ଯାଇଛି । ମୁଣ୍ଡ ଗୁଂଜିବାକୁ ଆଉ ଘର ବି ନାହିଁ । ଘର ତ ଗଲା, ଗାଈ ତିନିଟାକୁ ମଧ୍ୟ ମାରିଦେଲା । ଜଳନ୍ଧର ଏବେ ନିଶ୍ବ ହୋଇଗଲେ ।

Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021