ଗୋଟିଏ ଘରେ ୩ ଜଣ କରୋନା ସଂକ୍ରମିତ, କିନ୍ତୁ ଫେରାଇ ଦେଲେ କୋଭିଡ୍ ହସ୍ପିଟାଲ ଆମ୍ବୁଲାନ୍ସ , ଆଶଙ୍କାରେ ଗାଁ ଲୋକେ- ବଢ଼ୁଛି ଅସନ୍ତୋଷ

Published By : Prameya-News7 Bureau | July 26, 2020 IST

ବାଲିପାଟଣା୨୬/୭: ଗୋଟିଏ ପରିବାର ତିନି କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଗାଁ ପହଁଞ୍ଚିଲା କୋଭିଡ୍ ଆମ୍ବୁଲାନ୍ସ। ବାଲିଅନ୍ତା ବ୍ଲକ ସରକଣା ଗ୍ରାମରେ ଏହି ୩ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ତିନି ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲ୍‌ ନେବା ପାଇଁ କୋଭିଡ୍‌ ଆମ୍ବୁଲାନ୍ସ ଗାଁରେ ପହଁଞ୍ଚିଥିଲା।

ମାତ୍ର ପରିବାର ଲୋକ କୋଭିଡ୍ ହସ୍ପିଟାଲ୍‌ ଯିବାକୁ ରାଜି ନ ହେବାରୁ କୋଭିଡ୍ ଆମ୍ବୁଲାନ୍ସ ଫେରିଯାଇଥିଲା। ଯାହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଗ୍ରାମରେ କରୋନା ସଂକ୍ରମିତଙ୍କୁ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିବାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।

ଏ ନେଇ ସରକଣା ଗ୍ରାମ ପଞ୍ଚାୟତ ସରପଞ୍ଚ ତାଙ୍କ ମତାମତରେ କହିଛନ୍ତି ତିନି ଆକ୍ରାନ୍ତ ହେଉଛନ୍ତି ଜଣେ ବୃଦ୍ଧା, ଜଣେ ଯୁବକ ଏବଂ ଜଣେ ଜଣ ବାଳକ । ବୃଦ୍ଧାଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଅଛି । ସେ ଏକା ଚଳିବା କଷ୍ଟ । ଏହା ସହ  ବାଳକ ମଧ୍ୟ ଏକା ଏକା ହସ୍ପିଟାଲ୍ ଯାଇପାରିବେ ନାହିଁ । ତାଙ୍କ ସହ ମଧ୍ୟ ଅନ୍ୟ ଜଣେ ଯିବା ଆବଶ୍ୟକ ହେବ । ଏ ସବୁ କାରଣ ପାଇଁ ସେମାନଙ୍କୁ ହୋମ୍ କ୍ଵାରେନଣ୍ଟାଇନ୍ରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.