କରୋନା ମ୍ୟାପ୍‌ରେ ଯୋଡିହେଲା ନୂଆ ଜିଲ୍ଲା, ମୟୁରଭଞ୍ଜରୁ ୩ କରୋନା ପଜେଟିଭ୍ ଚିହ୍ନଟ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ବର ୭।୫ : ରାଜ୍ୟରେ ଆଉ ୨୦ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର ରହିଛନ୍ତି । ତେବେ ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ଥର କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଏହି ଜିଲ୍ଲା ଏବେ କରୋନା ମ୍ୟାପ୍‌ରେ ଯୋଡି ହୋଇଛି ।

{"align":"center","id":265881,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟର ବୁଧବାର ବିଭିନ୍ନ ସ୍ଥାନରୁ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ରାଜ୍ୟରେ ଗତକାଲି ସୁଦ୍ଧା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଥିଲା । ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କାହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିଲା ତ କାହାର ସୁରଟ ଲିଙ୍କ୍‌ ରହିଥିଲା । ବୁଧବାର ଦିନ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡିଥିଲା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୧ଜଣ ସୁସ୍ଥ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.