କରୋନା ଆତଙ୍କ ମଧ୍ୟରେ ଆସିଲା ଭଲ ଖବର, ସୁସ୍ଥ ହେଲେ ରାଜସ୍ଥାନର ସମସ୍ତ ୩ ସଂକ୍ରମିତ

Published By : Prameya-News7 Bureau | March 15, 2020 IST

ଜୟପୁର, ୧୫|୦୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭ରେ ପହଁଚିଛି। ତେବେ ଏହା ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ରାଜସ୍ଥାନରେ ଚିକିତ୍ସିତ ହେଉଥିବା ସମସ୍ତ ୩ ସଂକ୍ରମିତ ସୁସ୍ଥ ହୋଇଯାଇଛନ୍ତି। ତେବେ ରାଜ୍ୟରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି।

{"id":238923,"width":744,"height":430,"sizeSlug":"large"}

କରୋନାକୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି। ଏହି ମାରାତ୍ମକ ଭାଇରସ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଏବେବି ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଭାରତରେ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

{"id":238924,"width":758,"height":426,"sizeSlug":"large"}

ଏହାକୁ ନଜରରେ ରଖି ଭାରତ ସରକାର କରୋନାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅନେକ ସଚେତନାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଶିକ୍ଷାନୁଷ୍ଠାନ, ସଭା ସମିତି ଆଦି ବନ୍ଦ କରିଛନ୍ତି। ଜମ୍ମୁ-କାଶ୍ମୀର ସରକାର ମଧ୍ୟ ସମସ୍ତ ହୋଟେଲ ଓ ରେସ୍ତୁରାଣ୍ଟକୁ ବନ୍ଦ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.