RTIରୁ ହେଲା ଖୁଲାସା, ତିନି ମୁଖ୍ୟମନ୍ତ୍ରୀ ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା

Published By : Prameya-News7 Bureau | October 24, 2021 IST

ଚଣ୍ଡିଗଡ଼ ୨୪।୧୦ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ , କ୍ୟାପଟେନ ଅମରିନ୍ଦର ସିଂ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନି ସେମାନଙ୍କ ୧୪ ବର୍ଷର କାର୍ଯ୍ୟକାଳ ଭିତରେ କେବଳ ବିଜ୍ଞାପନ ପାଇଁ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ସୂଚନା ପଞ୍ଜାବ ସରକାରଙ୍କ ଅଧୀନରେ ଥିବା ଆର.ଟି.ଆଇ (ରାଇଟ ଟୁ ଇନଫରମେସନ ଆକ୍ଟ) ଅନ୍ତର୍ଗତ ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ସଂଜୀବ ଗୋୟେଲ ଦେଇଛନ୍ତି ।

ତେବେ ଏହି ବିଜ୍ଞାପନରେ ଧାର୍ମିକ ଆୟୋଜନକୁ ଛାଡ଼ି କୋଭିଡ-୧୯ ବିଜ୍ଞାପନ, ଫତେହ ମିଶନର ବିଜ୍ଞାପନ , କୃଷକମାନଙ୍କୁ ଜଳାପୋଡ଼ା ନ କରିବାପାଇଁ ବିଜ୍ଞାପନ ଏବଂ ଫସଲ କିଣା ପାଇଁ ବିଜ୍ଞାପନ ରହିଛି । ପଞ୍ଜାବର ଲୋକମାନେ ସମୟ ଅନୁସାରେ ବିଭିନ୍ନ ଟିକସ, ଫିସ୍, ଓ ଜୋରିମାନା ସରକାରଙ୍କୁ ପୈଠ କରନ୍ତି । ଏହି ସରକାରୀ ପାଣ୍ଠିକୁ ବିଜ୍ଞାପନ ଆକାରରେ ଖର୍ଚ୍ଚ କରାଯାଏ । ତେବେ ଖର୍ଚ୍ଚ ହୋଇଥିବା ଟଙ୍କାର ଯଦି ପ୍ରତିବର୍ଷର ହିସାବ କରାଯାଏ , ତେବେ ପାଖାପାଖି କୋଟି କୋଟି ଟଙ୍କା ହେବ।

ତେବେ ମିଳିଥିବା ତଥ୍ୟ ଅନୁସାରେ, ୨୦୦୭-୦୮ ମଧ୍ୟରେ ୪.୬୮ କୋଟି, ୨୦୦୭-୦୮ ମଧ୍ୟରେ ୭.୭୬ କୋଟି, ୨୦୦୯-୧୦ ମଧ୍ୟରେ ୩.୫୨ କୋଟି, ୨୦୧୦-୦୯ ମଧ୍ୟରେ ୬ କୋଟି, ୨୦୧୧-୧୨ ମଧ୍ୟରେ ୬.୯୫ କୋଟି, ୨୦୧୨-୧୩ ମଧ୍ୟରେ ୭.୯୭ କୋଟି, ୨୦୧୩-୧୪ ମଧ୍ୟରେ ୧୫.୫୮ କୋଟି, ୨୦୧୪-୧୫ ମଧ୍ୟରେ ୬.୨୪ କୋଟି, ୨୦୧୫-୧୬ ମଧ୍ୟରେ ୨୯.୧୪ କୋଟି, ୨୦୧୬-୧୭ ମଧ୍ୟରେ ୬୫.୮୦ କୋଟି, ୨୦୧୭-୧୮ମଧ୍ୟରେ ୫.୭୭ କୋଟି, ୨୦୧୮-୧୯ ମଧ୍ୟରେ ୧୪.୨୪ କୋଟି, ୨୦୧୯-୨୦ ମଧ୍ୟରେ ୨୫.୩୧ କୋଟି, ୨୦୨୦-୨୧ ମଧ୍ୟରେ ୨୬.୭୦ କୋଟି ଓ ୨୦୨୧-୨୨ ରେ ମାର୍ଚ୍ଚ ପର୍ଯ୍ୟନ୍ତ ୧୪.୬୨ କୋଟିଟଙ୍କା ବିଜ୍ଞପ୍ତିରେ ଖର୍ଚ୍ଚ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.