Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆରପାରିକୁ ଚାଲିଗଲେ ବାପା-ମାଆ, ଅନାଥ ହୋଇଗଲା ତିନୋଟି କଅଁଳ ଜୀବନ

1/06/2021 at 9:52 PM

ସାନଖେମୁଣ୍ଡି, ୦୧/୦୬: ସାନଖେମୁଣ୍ଡି ବ୍ଲକର ପାଟପୁର ଗ୍ରାମରେ ଏକ ଦୁଃଖଦ ହୃଦୟ ବିଦାରକ ଘଟଣା ଘଟିଛି । ସେହି ଗ୍ରାମର ଜି ଉପେନ୍ଦ୍ର ରେଡ୍ଡୀ ଗତ ପାଞ୍ଚ ବର୍ଷ ତଳୁ ନିଜ ସ୍ତ୍ରୀ ମା ତିନି ସନ୍ତାନକୁ ଛାଡି ଅରପାରିକୁ ଚାଲି ଯାଇଥିଲେ । ପୁଅ ଉପେନ୍ଦ୍ରଙ୍କୁ ଝୁରି ଝୁରି ଦୁଇ ବର୍ଷ ତଳେ ଉପେନ୍ଦ୍ରଙ୍କ ମାଆ ଜି ସାଧୁ ରେଡ୍ଡୀ ମଧ୍ୟ ଚାଲିଗଲେ। ପରେ ଉପେନ୍ଦ୍ର ସ୍ତ୍ରୀ ଜି ସବିତା ରେଡ୍ଡୀ ୩ ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ଲାଳନ ପାଳନ କରି ନିଜ ପେଟ ପୋଷୁ ଥିବା ବେଳେ ଆଜକୁ ସାତ ଦିନ ତଳେ ସେ ମଧ୍ୟ ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ଚାଲିଯାଇଛନ୍ତି ।

ସବିତାଙ୍କ ମୃତୁ ପରେ କାନ୍ଧ ଦେଇ ଥିଲେ ଆତ୍ମୀୟ ପରିଜନ ବାପା ଭାଇ । ମଶାଣିରେ ମୁଖଗ୍ନି ଦେଇଥିଲେ ତାଙ୍କର ୭ ବର୍ଷର ପୁଅ । ସମୟ ଆଗରେ ମାଆର ମମତା ମା ସ୍ନେହ ଶ୍ରଦ୍ଧା ଜାଣିବା ପୂର୍ବରୁ ମା ହରାଇ ଗୁମୁରି ଗୁମୁରି କାନ୍ଦୁଛି । ସେ ଜାଣି ନାହିଁ ମା ଅଉ ଫେରିବ ନାହିଁ ସେ ଅଫେରା ରାଇଜ ଚାଲି ଯାଇଛନ୍ତି । ଏବେ ଘରେ କେବଳ ତିନି ନାବାଳକ ଶିଶୁ । ବଡ଼ ଝିଅ ଜି.ସୋନାଲି ରେଡ୍ଡୀ ୧୪, ଜି.ଜଗାବଳିଆ ରେଡ୍ଡୀ ୭,ଜି ଭାବିନି ରେଡ୍ଡୀ ୬ବର୍ଷ । ଓଡ଼ିଆ ରୀତି ନୀତି ଅନୁଯାୟୀ ମା ଙ୍କ ଶୁଦ୍ଧି କାର୍ଯ୍ୟ ଚାଲିଥିବା ବେଳେ ଅଜା ଅଇ ମାମୁ ମାଇ ଏବେ ଘରେ ରହିଛନ୍ତି।ଶୁଦ୍ଧି କାର୍ଯ୍ୟ ପରେ ତାଙ୍କୁ କିଏ ଲାଳନ ପାଳନ କରିବ ଭବିଷ୍ୟତ ଅନିଶ୍ଚିତା ମଧ୍ୟରେ ଗତି କରୁଛି।

ତେଣୁ ଗ୍ରାମବାସୀ ଦାବି କରିଛନ୍ତି ଯେ ପ୍ରଶାସନ ଚାଇଲଡ଼ ଲାଇନ ହସ୍ତକ୍ଷେପ କରି ତାଙ୍କୁ ସାହାଯ୍ୟ ସହ ସହାୟତା ହାତ ବଢାଇବାକୁ । ଅନ୍ୟପଟେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଜାଣିବା ପରେ ଅନାଥ ନିକଟକୁ ସହାୟତା ହାତ ବଢ଼ାଇ ଦଶ ହଜାର ଟଙ୍କା ଆର୍ଥିକ ପ୍ରଦାନ କରିଛନ୍ତି । ସେ ଅନୁପସ୍ଥିତ ଥିବା ସତ୍ତ୍ୱେ କିଛି କଂଗ୍ରେସ କର୍ମୀଙ୍କୁ ପଠାଇ ସହାୟତା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କଣ ସାହାଯ୍ୟ ସହଯୋଗ କରାଯାଉଛି ତାକୁ ହିଁ ଅପେକ୍ଷା।

   Related Posts