ସୀମା ଲଙ୍ଘିଲା ବର୍ବରତା ! ୩ ଶିଶୁଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ, ତାପରେ ଉଲଗ୍ନ କରି ମହମବତୀରେ ଚେଙ୍କ ଦେଲେ

Published By : Prameya-News7 Bureau | July 10, 2020 IST

ମୁଜଫରପୁର : ମୁଜାଫରପୁର ଅଞ୍ଚଳରେ ଏକ ଜଘନ୍ୟ କାଣ୍ଡ ଘଟିଛି ଯାହା ଶୁଣି ଆପଣଙ୍କ ମଧ୍ୟ ଲୋମ ଟାଙ୍କୁରୀ ଉଠିବ | ଅମାନବିକତାର ଏକ ଭୟଙ୍କର ରୂପ ସାମ୍ନାକୁ ଆସିଛି | କିଛି ଲୋକ ୧୨-୧୩ ବର୍ଷର ୩ ଶିଶୁଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ପରେ ସେମାନଙ୍କ ଶରୀରର ଅନେକ ଅଙ୍ଗରେ ମହମବତୀରେ ଚେକିଂ ଦେଇଛନ୍ତି | ଘଟଣା ସୋହେଵଗଞ୍ଜ ଥାନା ଅନ୍ତର୍ଗତ ହୁସେପୁର ଗାଁର | ଏହି ଶିଶୁମାନେ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା | ଚୋରି ଅଭିଯୋଗରେ ୩ ଶିଶୁଙ୍କୁ ପାଖାପାଖି ଘଣ୍ଟେ ପର୍ଯ୍ୟନ୍ତ ନିର୍ଯ୍ୟାତନା ଦିଆଯାଇଥିଲା | ବିକଳରେ ସେମାନେ କାନ୍ଦୁଥିଲେ, ଛାଡିଦେବାକୁ ଅନୁରୋଧ କରିଥିଲେ କିନ୍ତୁ ଭିଡରେ ଥିବା କେହି ଜଣେ ହେଲେ ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ | ଲୋକେ ଘଟଣାର ଭିଡିଓ ରେକର୍ଡିଙ୍ଗ କରୁଥିଲେ | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓ ଭାଇରାଲ ହେବାପରେ ପୋଲିସର ନିଦ ଭାଙ୍ଗିଥିଲା | ଘଟଣା ଜୁଲାଇ ୫ ତାରିଖର ବୋଲି ଜଣାପଡିଛି | ଜଣେ ଶିଶୁଙ୍କ ପିତା ସାହସ ଯୁଟାଇ ସାହେବଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି | କିନ୍ତୁ ଅନ୍ୟ ଦୁଇ ଶିଶୁଙ୍କ ପିତା ସାମ୍ନାକୁ ଆସିବାକୁ ରାଜି ନୁହନ୍ତି | ପୋଲିସରେ ଅଭିଯୋଗ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି |

ସୂଚନାଯୋଗ୍ୟ ଯେ, ସାହିବଗଞ୍ଜ ହାସେପୁର ନୂଆ ଟୋଲାର ୩ ଶିଶୁଙ୍କୁ ଗାଁର ପ୍ରଦୀପ ରାୟ, ସୂଦୀପ ରାୟ, ରାମରାଜ ରାୟ, ଛୋଟେଲାଲ ରାୟ, ସନ୍ତୋଷ ରାୟ, କୈଳାସ ରାୟ ମିଶି ଏକ କୁଡ଼ିଆ ଭିତରେ ଖୁଣ୍ଟରେ ବାନ୍ଧି ଦେଇଥିଲେ | ପ୍ରଦୀପ ରାୟ ବାରମ୍ବାର ଶିଶୁମାନଙ୍କ ଉପରେ ଟଙ୍କା ଚୋରି ଆରୋପ ଲଗାଉଥିଲା ଏବଂ ସେମାନଙ୍କୁ ମାଡ ମାରୁଥିଲା | ଶିଶୁମାନଙ୍କୁ ଦେଖି ସେଠାରେ ଲୋକଙ୍କ ଭିଡ ଜମିଥିଲା | ଭିଡ ଭିତରୁ କେହି ଜଣେ ଘଟଣାର ଭିଡିଓ ରେକର୍ଡିଙ୍ଗ କରିଥିଲେ |

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ପିଲାମାନେ ବିକଳ ହେଇ କାନ୍ଦୁଛନ୍ତି | ଜଳନ୍ତା ମହମବତୀରେ ସେମାନଙ୍କ ପିଠିକୁ ନିଆଁ ଲଗାଯାଉଥିଲା | ଅଭିଯୁକ୍ତମାନେ ଶିଶୁମାନଙ୍କ ପ୍ୟାଣ୍ଟ ଖୋଲି ଦେଇଥିଲେ ଏବଂ ତାଙ୍କ ମୂତ୍ରାଶୟକୁ ମହମବତୀରେ ବାରମ୍ବାର ଚେକିଂ ଦେଉଥିଲେ | ଶିଶୁମାନେ ଅତି ବିକଳ ହେଇ କାନ୍ଦୁଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିନଥିଲେ | ଏତେ ଲୋକ ଭିଡ ଭିତରେ କାହାକୁ ବି ତାଙ୍କ ଉପରେ ଦୟା ଆସିନଥିଲା | ବର୍ବରତାର ଏହି ଖେଳ ପାଖାପାଖି ଘଣ୍ଟେ ଜଣେ ଚାଲିଲା | ପରେ ଶିଶୁମାନଙ୍କ ଠାରୁ କିଛି ନ ବାହାରିବାରୁ ସେମାନଙ୍କୁ ଛାଡି ଦେଇଥିଲେ | ଘରକୁ ଯାଇ ଶିଶୁମାନେ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା | ସାହିବଗଞ୍ଜ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.