ଜଣାନଥିଲା ପହଁରା : ଯମୁନା ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ହରିୟାଣାର ୩ ନାବାଳକ, ୟୁପିରୁ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 11, 2021 IST

ହରିୟାଣା ୧୧/୬ : ଯମୁନାନଗର ଯମୁନା ନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ୩ ନାବାଳକ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏାମନଙ୍କ ମଧ୍ୟରୁ କେହି ପହଁରା ଜାଣି ନାହାଁନ୍ତି । ଏହି ତିନିଜଣ ନାବାଳକ ହରିୟାଣାର ସରନ, ନହରପୁର ଏବଂ ବାରହେରୀ ଗାଁର ବାସିନ୍ଦା ଥିଲେ । ଗୁରୁବାର ଅପରାହ୍ନରେ ନାବାଳକମାନେ ଢିକା ଢପରୀ ଗ୍ରାମ ନିକଟରେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ।

ଖବର ପାଇ ପୋଲିସ ଏବଂ ସ୍ଥାନୀୟ ଲୋକେ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ଅନେକ ଖୋଜାଖୋଜି ପରେ ସେମାନଙ୍କ ମୃତଦେହ ଉତ୍ତରପ୍ରଦେଶରୁ ଉଦ୍ଧାର କରାଯାଇଛି । ଘଟଣା ପରେ ମୃତ ନାବାଳକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ସୂଚନା ମୁତାବକ ଯେ ମୃତ ନାବାଳକମାନେ ହେଉଛନ୍ତି ସରନ ଗାଁର ବାସିନ୍ଦା ୧୭ ବର୍ଷୀୟ ରାହୁଲ, ନାହରପୁର ବାସିନ୍ଦା ୧୪ ବର୍ଷୀୟ ଖୁସି ଏବଂ ବାରହେଡିର ନିବାସୀ ୧୪ ବର୍ଷୀୟ ବିଶେଶ ବୋଲି ଜଣାପଡିଛି ।

ସେମାନେ ପରସ୍ପର ସହିତ ବନ୍ଧୁ ଥିଲେ । ଏହି ତିନିଜଣଙ୍କୁ ଆଖପାଖ ଗାଁର ଲୋକମାନେ ପାଣି ଭିତରୁ ଉଦ୍ଧାର କରିଛନ୍ତି । ପରେ ପୋଲିସ ମୃତଦେହକୁ କାବୁ କରିଥିଲା । ଆଜି ସେମାନଙ୍କର ପୋଷ୍ଟମର୍ଟମ କରାଯିବ । ସେପଟେ ମୃତକଙ୍କ ମଧ୍ୟରେ ୧୭ ବର୍ଷୀ ରାହୁଲ ଥିଲେ ତିନି ଭଉଣୀଙ୍କ ମଧ୍ୟରେ ଏକମାତ୍ର ଭାଇ । ସ୍ଥାନୀୟ ଲୋକ କହିଛନ୍ତି ଯେ ତିନିଜଣ ସାଙ୍ଗ ଗୁରୁବାର ଅପରାହ୍ନରେ ଘରୁ ବାହାରି ଆସିଥିଲେ ।

ଏହା ପରେ ସେମାନେ ନଦୀରେ ପହଞ୍ଚିଲେ । ତିନିଜଣଙ୍କ ମଧ୍ୟରୁ କେହି ଜାଣି ନଥିଲେ କିପରି ପହଁରିବେ । ସେ ନଦୀରେ ଡେଇଁବା ମାତ୍ରେ ସେ ବୁଡ଼ିବାକୁ ଲାଗିଲେ । ୟୁପି ସୀମା ଅନ୍ତର୍ଗତ ଢିକା ଟପ୍ରି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ହରିୟାଣା ପୋଲିସ ମଧ୍ୟ ତାଙ୍କୁ ଖୋଜିବାକୁ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.