ଟିଭିରେ ବିସ୍ଫୋରଣ ଘଟି ୩ ଶିଶୁଙ୍କ ମୃତ୍ୟୁ

Published By : Prameya-News7 Bureau | April 03, 2019 IST

ବନ୍ଦାୟୁ ୩/୪ : ଉତ୍ତର ପ୍ରଦେଶ ବନ୍ଦାୟୁ ଜିଲ୍ଲାରେ ଘଟିଛି ଅଘଟଣ | ଗାଁରେ ଏକ ଟିଭି ବିସ୍ଫୋରଣ ହୋଇଛି | ଟିଭି ବିସ୍ଫୋରଣ ଯୋଗୁଁ ୩ ଶିଶୁଙ୍କ ଭୟଙ୍କର ମୃତ୍ୟୁ ହୋଇଛି | ଆଉ ଜଣେ ସେଠାରୁ ପଳାଇଯିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା | ଘଟଣା ପରେ ପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି |


ବନ୍ଦାୟୁ ଜିଲ୍ଲାର କୁଠୋଲୀ ଗାଁରେ ଗୋଟିଏ ପରିବାରର ଅଲଗା ଅଲଗା ଭାଇଙ୍କ ପୁଅଝିଅ ରାତିରେ ବସି ଟିଭି ଦେଖୁଥିଲେ | ଟିଭି ଦେଖୁଥିବାବେଳେ ଅଚାନକ ଟିଭିରେ ବିସ୍ଫୋରଣ ଘଟିଥିଲା ଏବଂ ନିଆଁ ଲାଗିଯାଇଥିଲା | ଫଳରେ ଘଟଣାସ୍ଥଳରେ ହିଁ ୩ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା |


ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ପହଂଚି ଶିଶୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଣନିଶ୍ୱାସୀ ହୋଇ ଶିଶୁମାନଙ୍କ ମୃତ୍ୟୁ ହୋଇଛି | ତେବେ ଟିଭି କେମିତି ବିସ୍ଫୋରଣ ହୋଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.