ପାଳ ଗଦାରେ ନିଆଁ ଲାଗି ପାଖରେ ଖେଳୁଥିବା ୩ ଶିଶୁଙ୍କର ମୃତ୍ୟୁ
30/11/2019 at 6:35 PM

ଭବାନୀପାଟଣା ୩୦।୧୧ – ପାଳଗଦାରେ ଖେଳୁଥିବା ବଳେ ହଠାତ ନିଆଁ ଲାଗିଯିବାରୁ ୩ ଜଣ ଶିଶୁଙ୍କର ମୃତ୍ୟ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜମରା ଗାଁ ରେ ଘଟିଛି ଏହି ଘଟଣା ଘଟିଛି ।
ଅପରାହ୍ନ ସମୟ ରେ ଧାନ କଟା ପାଇଁ ମହିଳା ଶ୍ରମିକ ବ୍ୟସ୍ତ ରହିଥିବା ବେଳେ ସାଙ୍ଗରେ ଆଣିଥିହା ୪ରୁ ୫ ବର୍ଷ ମଧ୍ୟରେ ୩ ଜଣ ଶିଶଙ୍କୁ ଜମି ନିକଟରେଥିବା ପାଳ ଗଦାରେ ଛାଡିଥିଲେ । ପାଖରେ ଶୀତରୁ ରକ୍ଷା ପାଇବା ପାଇଁ ଲଗାଯାଇଥିବା ଅଙ୍ଗାରରୁ ପାଳ ଗଦାରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏଥିରେ ପୋଡି ହୋଇ ଥିବା ଶିଶୁମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ୩ ଶିଶୁ କନ୍ୟାଙ୍କର ଶରୀର ପ୍ରାୟ ୮୦ ପ୍ରତିଶତ ଜଳିଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି ।
ଏମାନଙ୍କ ମଧ୍ୟରେ ଯାଆଁଳା ଭଉଣୀ ରହିଛନ୍ତି ।