ବୋମାକୁ ବଲ୍ ଭାବି ଖେଳୁଥିଲେ ପିଲା ହଠାତ୍ ହେଲା ବିସ୍ଫୋରଣ: ୩ ଶିଶୁ ଆହତ, ଜଣେ ଗୁରୁତର

Published By : Prameya-News7 Bureau | February 01, 2021 IST

ଧାନବାଦ ୦୧/୦୨ : ଝାରଖଣ୍ଡ ଧାନବାଦରେ ବୋମା ବିସ୍ଫୋରଣରେ ୩ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଘଟଣା କେନ୍ଦୁଆଡିହ ଥାନା ଅନ୍ତର୍ଗତ କେନ୍ଦୁଆ ମଛଲୀ ପଟ୍ଟୀ ଅଞ୍ଚଳର। ୩ ଶିଶୁ ବୋମାକୁ ବଲ ଭାବି ଖେଳିବାକୁ ଲାଗିଲେ। ଖେଳୁଥିବା ସମୟରେ ବୋମା ଫାଟି ଯାଇଥିଲା। ବୋମା ବିସ୍ଫୋରଣରେ ୩ ଶିଶୁ ଗମ୍ଭୀର ଆହତ ହୋଇଛନ୍ତି। ୩ ଶିଶୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି। ଉକ୍ତ ଶିଶୁର ଡାହାଣ ହାତ ଗମ୍ଭୀର କ୍ଷତବିକ୍ଷତ ହୋଇଛି। ଖେଳୁଥିବା ସମୟରେ ଜଣେ ଶିଶୁ ମାଟି ତଳେ ଲୁଚେଇ ରଖିଥିବା ବୋମାକୁ ବାହାର କରି ପଥରରେ ଫୋପାଡ଼ି ଦେଇଥିଲା। ଫଳରେ ଭୀଷଣ ଶବ୍ଦ କରି ବୋମା ବିସ୍ଫୋରଣ ହୋଇଥିଲା ଓ ୩ ଶିଶୁ ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ପ୍ଲାଷ୍ଟିକ ଡବାରେ ଲୁଚେଇ ରଖିଥିବା ଜୀବନ୍ତ ବୋମା ଜବତ କରିଛି। କୌଣସି ବଡ ଧରଣର ବିସ୍ଫୋରଣ ପାଇଁ ଅପରାଧୀ ବୋମା ମାଟି ତଳେ ଲୁଚେଇ ରଖିଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.