ସାପକୁ ଦଉଡ଼ି କରି ସ୍କିପିଂ ଖେଳିଲେ ପିଲା, ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | November 23, 2019 IST

ନୂଆଦିଲ୍ଲୀ୨୩/୧୧: ସୋସିଆଲ ମିଡ଼ିଆରେ ଏକ ଅଜବ ପ୍ରକାର ଭିଡିଓ ଭାଇରାଲ ହୋଇଛି। ସାପକୁ ଦଉଡ଼ି କରି ତିନିଜଣ ପିଲା ସ୍କିପିଂ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ମନରେ ଭୟ ଖେଳି ଯାଇଛି। ହେଲେ ପିଲାମାନେ ନିର୍ଭୟରେ ସାପ ସହ ଖେଳି ଚାଲିଛନ୍ତି। ସାପକୁ ଦଉଡ଼ି କରି ପିଲାମାନେ ସ୍କିପିଂ ଖେଳୁଛନ୍ତି। ପିଲାମାନେ ସାପକୁ ଦୌଡ଼ି ଭାବେ ବ୍ୟବହାର କରିଛନ୍ତି।

wp:html /wp:html

ସୂଚନା ଅନୁସାରେ ମଲା ସାପ୍‌କୁ ଦଉଡ଼ି ଭାବେ ଦୁଇପାଖକୁ ଦୁଇଜଣ ପିଲା ଧରିଛନ୍ତି। ଭିଏତନାମର ପିଲାମାନେ ମଲା ସାପକୁ ଦଉଡ଼ି କରି ସେଥିରେ ସ୍କିପିଂ ଖେଳୁଥିବା ସୂଚନା ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଛି ୟୁଜର୍ସ ଏହି ଭିଡିଓରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିବା ବେଳେ କେହି କେହି ଏହାକୁ ନାପସନ୍ଦ ବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.