Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସରିଲା ୩ ସେନାଙ୍କ ସାମ୍ବାଦିକ ସମ୍ମିଳନୀ : “ଯେକୌଣସି ପରିସ୍ଥିତିରେ କଡା ଜବାବ ଦେବା ପାଇଁ ପ୍ରସ୍ତୁତ”

28/02/2019 at 7:35 PM

ଦିଲ୍ଲୀ ୨୮/୨ : ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆଜି ସନ୍ଧ୍ୟା ୭ଟା ରେ ଭାରତୀୟ ସେନା, ନୈାସେନା ଏବଂ ବାୟୁସେନା ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି | ଭାରତୀୟ ସେନାର ମେଜର ଜେନେରାଲ ସୁରେନ୍ଦ୍ର ସିଂହ ବହଲ ବାୟୁସେନାର ଏଜିଏମ ଆର.ଜି.କେ.କପୁର ଏବଂ ନୌସେନାର ରିୟର ଏଡମିରାଲ ଦଲବୀର ସିଂହ ଗୁଜରାଲ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି | ୨୭ ଫେବୃଆରୀ, ଗତକାଲି ପାକିସ୍ତାନୀ ବିମାନ ଭାରତୀୟ ସୀମାକୁ ଅତିକ୍ରମ କରିଥିଲା | ଭାରତର ଶୁଖୋଇ ବିମାନ, ମିଗ ମୀରାଜ ବିମାନ ଏହାର ପିଛା କରିଥିଲା | ଯାହାଫଳରେ ପାକିସ୍ତାନ ହମଲା କରିବାରେ ଅସଫଳ ହୋଇଥିଲା ବୋଲି କହିଛନ୍ତି ଆର.ଜି.କେ.କପୁର | ପାକିସ୍ତାନର ଏଫ-୧୬ ବିମାନକୁ ଭାରତୀୟ ବାୟୁସେନା ଧ୍ବଂସ କରି ଦେଇଥିଲା |

ପାକିସ୍ତାନ ତରଫରୁ ଭୁଲ ତଥ୍ୟ ଦିଆଯାଇଥିଲା ବୋଲି କହିଛନ୍ତି ଆର.ଜି.କେ.କପୁର | ପାକିସ୍ତାନ କହିଥିଲା ଯେ, ସେ ଖୋଲା ଜାଗାରେ ବୋମା ପକାଇଥିଲା | କିନ୍ତୁ ସେ ଭାରତ ମିଲିଟାରୀ ଇନଷ୍ଟାଲମେଂଟକୁ ଲକ୍ଷ୍ୟ କରି ବୋମାମାଡ କରିଥିଲା ବୋଲି କହିଛନ୍ତି ଆର.ଜି.କେ.କପୁର | ପାକିସ୍ତାନ ଆହୁରି କହିଥିଲା ଯେ, ତାଙ୍କର ଏଫ-୧୬ ବିମାନ ନଥିଲା | କିନ୍ତୁ ଭାରତ ପାଖରେ ଏନେଇ ପ୍ରମାଣ ଅଛି ବୋଲି କହିଛନ୍ତି କପୁର | ପାକିସ୍ତାନର ମିସାଇଲ କାଶ୍ମୀର ରଜୋରି ଅଂଚଳରୁ ଜବତ ହୋଇଥିଲା |


ପାକିସ୍ତାନ ଫେବୃଆରୀ ୨୬ ତାରିଖ ସକାଳେ ଏବଂ ରାତିରେ ଅସ୍ତ୍ର ବିରତି ଉଲଂଘନ କରିଥିଲା | ଭାରତର ମିଲିଟାରୀ ଇନ୍ସଟାଲେସନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ | କିନ୍ତୁ ତାଙ୍କ ଆକ୍ରମଣକୁ ଭାରତୀୟ ସେନା ଅସଫଳ କରିଦେଇଥିଲା ବୋଲି କହିଛନ୍ତି ମେଜର ଜେନେରାଲ ସୁରେନ୍ଦ୍ର ସିଂହ ବହଲ |


ଗୁଜରାଲ କହିଛନ୍ତି ଯେ, ପାକିସ୍ତାନର ଯେକୌଣସି ମିସ ଏଡଭେଞ୍ଚରର ମୁକାବିଲା କରିବା ପାଇଁ ନୌସେନା ସମ୍ପୂର୍ଣ ସଜାଗ ରହିଛି |


ମେଜର ଜେନେରାଲ ସୁରେନ୍ଦ୍ର ସିଂହ ବହଲ କହିଛନ୍ତି ଯେ, ଯେବେ ଯାଏଁ ପାକିସ୍ତାନ ନିଜ କାର୍ଯ୍ୟକଳାପ ବଦାଳାଇନଥିବ ସେବେଯାଏଁ ଭାରତ ଏମିତି କଡା ଜବାବ ଦେଉଥିବ | ସେ କହିଥିଲେ ଯେ, ଭାରତର ଲଢେଇ ଆତଙ୍କବାଦ ବିରୋଧରେ| ଯେବେ ଯାଏଁ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବ ସେବେ ଯାଏଁ ଭାରତ ଆତଙ୍କବାଦୀଙ୍କ ଟ୍ରେନିଂ ଶିବିରକୁ ଟାର୍ଗେଟ କରୁଥିବା |

   Related Posts