Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିଡନୀ ଷ୍ଟୋନରୁ ବଞ୍ଚିବା ପାଇଁ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ ଏହି ୩ଟି ଅଭ୍ୟାସ

13/08/2020 at 6:48 PM

ଭୁବନେଶ୍ୱର ୧୩/୦୮ : ଆଧୁନିକ ଯୁଗରେ ଲୋକେ ଯେଉଁ ଜୀବନଶୈଳୀ ଆପଣେଇଛନ୍ତି ତାହା ଦ୍ୱାରା ଅନେକ ରୋଗର ଆଶଙ୍କା ରହିଛି | ବିଶେଷ କରି ଜଙ୍କ ଫୁଡ ଖାଇବା ଦ୍ୱାରା ନାନା ରୋଗ ହେବାର ଆଶଙ୍କା ରହିଛି | ଏହି ରୋଗମାନଙ୍କ ମଧ୍ୟରୁ ଗୋଟିଏ ହେଲା କିଡନୀ ଷ୍ଟୋନ | କିଡନୀ ଷ୍ଟୋନରୁ ବଞ୍ଚିବା ନିହାତି ଆବଶ୍ୟକ | ଶରୀରରୁ କ୍ଷତିକାରକ ଟକ୍ସିନ ବାହାର କରିବା କିଡନୀର କାମ | ଏହାସହ ଶରୀରରେ ଜଳ ସ୍ଥର ଇ ଅନ୍ୟାନ୍ୟ ତରଳ ପଦାର୍ଥ, କେମିକାଲ ଓ ମିନେରାଲ ସ୍ଥର ବଜାୟ ରଖିବା ମଧ୍ୟ କିଡନୀର କାମ | କିଡନୀକୁ ସବୁବେଳେ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବା ଉଚିତ | କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ରହିଛି | କିନ୍ତୁ କିଛି ଦୈନନ୍ଦିନ ଅଭ୍ୟାସ ପ୍ରବର୍ତ୍ତନ କଲେ କିଡନୀ ଷ୍ଟୋନ ଉତ୍ପର୍ଣ୍ଣ ହେବନାହିଁ | କାରଣ କିଡନୀ ଷ୍ଟୋନ ଶରୀରରେ ନକାରାତ୍ମକ ପ୍ରଭାବ ପକାଇଥାଏ |

କିଡନୀ ଷ୍ଟୋନ ଲକ୍ଷଣକୁ ଶୀଘ୍ର ଚିହ୍ନଟ କରିବା ଓ ସଠିକ ସମୟରେ ଏହାର ଚିକିତ୍ସା କରିବା ଉଚିତ | କିଡନୀ ଷ୍ଟୋନ ପାଇଁ ଘରୋଇ ଉପଚାର ମଧ୍ୟ ରହିଛି | ଅନେକ ଲୋକ ଘରୋଇ ଉପଚାର ଆପଣେଇଥାନ୍ତି ଯାହା ସଫଳ ପ୍ରମାଣିତ ହୋଇଥାଏ | କିନ୍ତୁ କିଡନୀ ଷ୍ଟୋନ ନ ହେବା ପାଇଁ ୩ଟି ଅଭ୍ୟାସ ପରିବର୍ତ୍ତନ କଲେ ଦୈନନ୍ଦିନ ଜୀବନ ସୁଖମୟହେବ | 

୧. ଅଧିକ ପରିମାଣର ପାଣି ପିଇବା – ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ | ପାଣି ପାଚନ କ୍ରିୟାକୁ ମଧ୍ୟ ଠିକ ରଖିବାରେ ସାହାଯ୍ୟ କରିଥାଏ | ଯେତେ ଅଧିକ ପାଣି ପିଇବେ ପରିସ୍ରା ମାଧ୍ୟମରେ ଶରୀରର ଟକ୍ସିନ ବାହାରିଯିବ | ଷ୍ଟୋନ ପାଇଁ ସବୁଠାରୁ ଶ୍ରେୟସ୍କର ଏବଂ ଘରୋଇ ଉପଚାର ହେଲା ଅଧିକ ମାତ୍ରାରେ ପାଣି ପିଇବା | ସାଧାରଣ ବ୍ୟକ୍ତିଙ୍କୁ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଉଚିତ | ଯଦି କାହାକୁ କିଡନୀ ଷ୍ଟୋନ ସମସ୍ୟା ରହିଛି ତାହେଲେ ଆହୁରି ଅଧିକ ପାଣି ପିଇବା ଉଚିତ |

. ଏପଲ ସାଇଡ଼ର ଭିନେଗାର ଏପଲ ସାଇଡ଼ର ଭିନେଗାର ସପ୍ତାହକୁ ଥରେ ସେବନ କରିବା ଉଚିତ | ଏହା କେବଳ ଓଜନ ନିୟନ୍ତ୍ରଣ କରିନଥାଏ ବରଂ କିଡନୀ ଷ୍ଟୋନ ଆଶଙ୍କା ମଧ୍ୟ ଦୂର ହୋଇଥାଏ | ଏପଲ ସାଇଡ଼ର ଭିନେଗାରରେ ସାଇଟରିକ ଏସିଡ ରହିଛି ଯାହା ଷ୍ଟୋନକୁ ଗୁଣ୍ଡ କରିବାର କାମ କରିଥାଏ | ଏହା ଦ୍ୱାରା ଆପଣ କିଡନୀ ଷ୍ଟୋନରୁ ମୁକ୍ତି ପାଇପାରିବେ | ଏହା ଶରୀରର ଟକ୍ସିନ ବାହାର କରିବାରେ ସାହାଯ୍ୟ କରିଥାଏ | ଏପଲ ସାଇଡ଼ର ଭିନେଗାର ସେବନ କଲାବେଳେ ଏହାର ମାତ୍ରା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ କାରଣ ଅଧିକ ମାତ୍ରାରେ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ | ଉଷୁମ ପାଣିରେ ଛୋଟ ଚାମଚରେ ଦୁଇ ଚାମଚ ଏପଲ ସାଇଡ଼ର ଭିନେଗାର ମିଶାଇ ପିଇପାରିବେ |

. ସୋଡିୟମରୁ ଦୁରେଇ ରହିବାଯଦି ଆପଣ ଅଧିକ ମାତ୍ରାରେ ସୋଡିୟମ ସେବନ କରୁଛନ୍ତି ତାହେଲେ ଆପଣଙ୍କୁ କିଡନୀ ସମସ୍ୟା ହେବାର ସମ୍ଭାବନା ରହିଛି | ଅଧିକ ମାତ୍ରାରେ ସୋଡିୟମ ସେବନ ହୃଦୟକୁ କ୍ଷତି ପହଞ୍ଚାଇବା ସହ କିଡନୀକୁ ମଧ୍ୟ ଖରାପ କରିଥାଏ | ଅଧିକ ମାତ୍ରରେ ସୋଡିୟମ ସେବନ ରକ୍ତରେ କ୍ୟାଲସିୟମ ଅବଶୋଷଣକୁ ରୋକିଥାଏ ଯାହା ଦ୍ୱାରା କଲିଜାରେ କ୍ୟାଲସିୟମ ପଥୁରୀ ହେବାର ସମ୍ଭାବନା ଥାଏ |

(ବି: ଦ୍ର: ଏହି ତଥ୍ୟ କେବଳ ସାଧାରଣ ସୂଚନା ପାଇଁ | କୌଣସି ପଦକ୍ଷେପ ନେବା ପୂର୍ବରୁ ଚିକିତ୍ସକ କିମ୍ବା ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ |)

   Related Posts