Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗୁହାଳରେ ନିଆଁ ଲାଗି ୩ ଗାଈ ଜୀବନ୍ତ ଦଗ୍ଧ, ୨ ଗାଈ ଗୁରୁତର

24/06/2021 at 10:03 AM

କୋଣାର୍କ ୨୪।୬: ପୁରୀ ଜିଲ୍ଲା ଗୋପ ବ୍ଲକ୍ ସାଣ୍ଡି ଗ୍ରାମର ସତ୍ୟ ନାରାୟଣ ପାଣ୍ଡିଙ୍କ ଗୁହାଳରେ ନିଆଁ ଲାଗି ତିନୋଟି ଗାଈ ନିଆଁରେ ପୋଡି ମୃତ୍ୟୁ ହୋଇଛି । ଦୁଇଟି ଗାଈ ପୋଡି ଯାଇ ଗୁରୁତର ହୋଇଛନ୍ତି । ଏପଟେ ନିଆଁ ଲାଗିବା ଦ୍ବାରା ପ୍ରାୟ ତିନି ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡି ନଷ୍ଟ ହୋଇଛି ।

ସୂଚନା ଅନୁସାରେ ସତ୍ୟ ନାରାୟଣ ପାଣ୍ଡି ରାତି ୧୨ଟା ସମୟରେ ଗୁହାଳରେ ଧୂଆଁ ଦେଇ ଶୋଇବାକୁ ପଳାଇ ଆସିଥିଲେ । ପରେ ଧୂଆଁ ନିଆଁରେ ପରିଣତ ହୋଇ ଗୁହାଳ ଜଳିବାକୁ ଲାଗିଥିଲା । ଗୋପ ଅଗ୍ନିଶମ ବିଭାଗ ରାତିରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

   Related Posts