ପିକ୍‌ନିକ୍ ପାଇଁ ଯାଇଥିଲେ, ହଠାତ ପାଣି ସ୍ରୋତରେ ଭାସିଗଲା ୩ଟି କାର୍

Published By : Prameya-News7 Bureau | September 14, 2020 IST

ଧାର ୧୪/୦୯ : ବର୍ଷାରେ ସେଲଫି ନେବା ବହୁତ ଲୋକଙ୍କ ସଉକ । କିନ୍ତୁ ଏହି ସଉକ ବେଳେବେଳେ କାଳ ସାଜିଯାଏ । ଲଗାତାର ଭୀଷଣ ବର୍ଷାରେ ସେଲଫି ନେବାବେଳେ ହଠାତ ଏମିତି ଅଘଟଣ ଘଟିଥାଏ ଯେଉଁଥିପାଇଁ ମଣିଷ ପଶ୍ଚାତାପ କରେ । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ଧାର ଜିଲ୍ଲାରେ । ଢାଲ୍ ପଞ୍ଚାୟତର ଯୋଗୀଭଡକ ଝରଣା ନିକଟରେ ଦେଖିବାକୁ ମିଳିଛି ଏହିଭଳି ଏକ ଦୃଶ୍ୟ । ରବିବାର ଦିନ ଇନ୍ଦୋର ପିଥମପୁରରୁ କିଛି ଲୋକ ଏଠାକୁ ବୁଲିବାକୁ ଆସିଥିଲେ । ହଠାତ ଝରଣା ପାଣିରେ ୩ଟି କାର୍ ଭାସି ଯାଇଥିଲା । ତେବେ ଆଶ୍ଵସ୍ତିକର କଥା ହେଲା କାରରେ ସେତେବେଳେ କେହିନଥିଲେ ।

{"id":329466,"sizeSlug":"large"}

ଧାର ଜିଲ୍ଲାର ଯୋଗୀଭଡକ ଝରଣା ବହୁତ ପ୍ରସିଦ୍ଧ । ଏଠାରେ ଶନିବାର ଓ ରବିବାର ଲୋକଙ୍କ ଭିଡ ଜମେ । ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାରେ ଭିଡ ଜମାନ୍ତି । ଗତ ରବିବାର ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ ଏଠାକୁ ଆସିଥିଲେ । ହଠାତ ପାଣିର ସ୍ରୋତ ବଢି ଯାଇଥିଲା । ଫଳରେ ପୋଲ ଉପରେ ଛିଡା ହୋଇଥିବା ୩ଟି କାର୍ ପାଣିରେ ଭାସି ଯାଇଥିଲା । ୨ଟି କାରକୁ ସେଠାକାର ଲୋକେ ଉଦ୍ଧାର କରିଥିଲେ । କିନ୍ତୁ ଗୋଟିଏ କାର୍ ଭାସି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.