ସାଉଦି ଆରବରେ ଉତ୍ତର ପ୍ରେଦେଶର ଦୁଇ ଭାଇଙ୍କ ସହ ସମ୍ପର୍କୀୟ ଭାଇକୁ ହତ୍ୟା; ଅଭିଯୁକ୍ତ ଘରମାଲିକ ଗିରଫ

Published By : Prameya-News7 Bureau | January 15, 2019 IST

ରିୟାଦ ୧୫/୧ : ସାଉଦି ଆରବରେ ଟଙ୍କା କାରବାର ୨ ଭାଇଙ୍କ ସମେତ ଆଉ ଜଣେ ଯୁବକଙ୍କୁ ହତ୍ୟା କରିଦିଆଯାଇଛି | ତୃତୀୟ ଯୁବକ ଦୁଇ ଭାଇଙ୍କ ସମ୍ପର୍କୀୟ ଭାଇ ଥିଲେ | ଏହି ହତ୍ୟାକାଣ୍ଡ କିଛି ମାସ ମଧ୍ୟରେ ହୋଇଥିଲା | ହତ୍ୟାକାଣ୍ଡର ପର୍ଦାଫାଶ ରବିବାର ଦିନ ହୋଇଥିଲା | ସୋମବାର ଦିନ ୩ ଯୁବକଙ୍କ ମୃତଦେହ ମିଳିଥିଲା | ଦୁଇ ଭାଇ ଆଜମଗଡ଼ ଅନ୍ତର୍ଗତ ରସୁଲପୁର ଗାଁର ଏବଂ ସମ୍ପର୍କୀୟ ଭାଇ ବାସୁପାର ବନକଟରେ ରହୁଥିଲେ | ସାଉଦି ଆରବରୁ ମିଳିଥିବା ସୂଚନା ଅନୁସାରେ, ସମୁଦାୟ ୫ଟି ମୃତଦେହ ଉଦ୍ଧାର ହୋଇଛି | ଅନ୍ୟ ଦୁଇଟି ଶବ ବିହାରର ଦୁଇଜଣ ଯୁବକଙ୍କର ବୋଲି ଜଣାପଡିଛି | ଘଟଣାରେ ୧୧ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ |

ରସୁଲପୁରର ୩୫ ବର୍ଷ ବୟସ୍କ ସଫକତ ପାଖାପାଖି ୧୦ ବର୍ଷ ହେଲା ସାଉଦି ଆରବର ରାଜଧାନୀ ରିୟାଦରେ ରହୁଥିଲେ | ସଫକତ ଯାହାଘରେ ରହୁଥିଲେ ତାଙ୍କ ଠାରୁ ଟଙ୍କା କରଜ କରି ତାଙ୍କରି ନାଁରେ ଟ୍ରକ କିଣିଥିଲେ | କରଜ ଟଙ୍କା ଶୁଝିବା ପରେ ସଫକତ ଟ୍ରକଟିକୁ ବିକ୍ରି କରିବାକୁ ଚାହୁଁଥିଲା | ଜାନୁଆରୀ ୨ ତାରିଖରେ ଅଚାନକ ସଫକତ ନିଖୋଜ ହୋଇଗଲେ | ତାଙ୍କ ଫୋନ ମଧ୍ୟ ବନ୍ଦ ଥିଲା | ୪ଦିନ ପର୍ଯ୍ୟନ୍ତ ସଫକତଙ୍କ ସହ ସମ୍ପର୍କ ହୋଇନପାରିବାରୁ ତାଙ୍କର ୩୨ ବର୍ଷ ବୟସ୍କ ଭାଇ ସମିମ ଚିନ୍ତିତ ହୋଇପଡିଲା | ଏହାପରେ ସେ ନିଜର ୪୦ ବର୍ଷ ବୟସ୍କ ସମ୍ପର୍କୀୟ ଭାଇ ଫେୟାଜଙ୍କୁ ଯୋଗାଯୋଗ କରିଥିଲେ | ଉଭୟ ମିଶି ସେହି ବ୍ୟକ୍ତିଙ୍କ ଘରକୁ ଗଲେ ଯାହାଠାରୁ ଟଙ୍କା କରଜ କରି ସଫକତ ଟ୍ରକ କିଣିଥିଲେ | ସେଠାରେ ସମିମ ଏବଂ ଫେୟାଜଙ୍କର ହତ୍ୟା କରିଦିଆଯାଇଥିଲା |

ଏହାପରେ ସମିମ ଏବଂ ଫେୟାଜଙ୍କ ଫୋନ ବି ବନ୍ଦ ହୋଇଯାଇଥିଲା | ୩ଜଣ ନିଖୋଜ ଥିବା ନେଇ ସଫକତଙ୍କ ତୃତୀୟ ଭାଇ ସଡ ଆରବ ପୋଲିସ ଏବଂ ଭାରତୀୟ ଦୂତାବାସରେ ମାମଲା ସମ୍ପର୍କରେ ଏତଲା ଦେଇଥିଲେ | ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା | ୩ଜଣଙ୍କ ମୃତଦେହ ଅଲଗା ଅଲଗା ଜାଗାରୁ ଜବତ କରିଥିଲା ପୋଲିସ | ତେବେ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିବାରୁ ୩ଜଣଙ୍କୁ ଚିହ୍ନିବା କଷ୍ଟ ହୋଇଥିଲା | ପୋଲିସ ୩ଜଣଙ୍କ ଡିଏନଏ ଟେଷ୍ଟ ପାଇଁ ପଠାଇଛି | ଅଭିଯୁକ୍ତକୁ ଗିରଫ କରିଛି ପୋଲିସ | ଅଭିଯୁକ୍ତ କପିଲ ନିଜ ଦୋଷ ସ୍ୱୀକାର କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.