ଜଳେଶ୍ୱରରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ତିନିଭାଇ ଥାନାରେ ଅଟକ

Published By : Prameya-News7 Bureau | September 30, 2021 IST

ଜଳେଶ୍ୱର, ୩୦।୯: ପୁଣି ବିପୁଳ ପରିମାଣରେ ଧଳା ଜହର ଜବତ ସହିତ ତିନି ଭାଇ ବ୍ରାଉନ ସୁଗାର ବେପାରୀ ଅଟକ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇ.ଆଇସି ପ୍ରେମ  ପ୍ରଜ୍ଞା ମହାନ୍ତି କୌଣସି ସୂତ୍ରରୁ ଖବର ପାଇ ଆଜି ରାତି ୮ଟା ସମୟରେ ସଦଳ ବଳେ ଜଳେଶ୍ୱର ପୌରପରିଷଦ ୧ୱାର୍ଡ଼ ଝଡ଼େଶ୍ୱର ପୁର ବସ୍ତି ଅଞ୍ଚଳରେ ଥିବା ସେକ ଶନିଆଙ୍କ ଘର ଉପରେ ଚଢ଼ାଉ କରିଥିଲେ । ଘର ଭିତରୁ ଆନୁମାନିକ ୧୦୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିବା ସହିତ ସେକ ଶନିଆର ତିନି ପୁଅକୁ ଅଟକରଖି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ୱର ପୋଲିସ । ଜବତ ବ୍ରାଉନସୁଗାରର ବଜାରରେ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.