ଭଉଣୀ ବାହାଘର ପାଇଁ ପୁଅ ଦେଖି ଫେରୁଥିଲେ : କାର୍ ଦୁର୍ଘଟଣାରେ ଚାଲିଗଲା ୩ଭାଇଙ୍କ ଜୀବନ
19/12/2020 at 11:09 AM

ମୈନପୁରୀ ୧୯/୧୨: ଉତ୍ତରପ୍ରଦେଶର ମୈନପୁରୀରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଭାଇଙ୍କ ମୃତ୍ୟୁ ହୋଇଯାଇଛି। ୩ଭାଇ ନିଜ ଭଉଣୀଙ୍କ ବିବାହ ପାଇଁ ପୁଅ ଦେଖି ଫେରୁଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ ୨ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସୂଚନା ପାଇ ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଥିଲା। ପୋଲିସ୍ ୩ଜଣଙ୍କ ଶବ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।
ଏହି ଦୁର୍ଘଟଣା ମୈନପୁରୀର ଔଞ୍ଛା ରୋଡରେ ଘଟିଛି। ୩ଭାଇ ଏଲାଉ ଥାନାର ପାହାଡ଼ପୁରରେ ରହୁଥିଲେ। ସେମାନେ ନିଜ ଭଉଣୀର ବିବାହ ପାଇଁ ପୁଅ ଦେଖିବାକୁ ଯାଇଥିଲେ। ଫେରିବାବେଳେ ଦୃତ ଗତିରେ ଆସୁଥିବା ଏକ କାର୍ ତାଙ୍କ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ୩ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପୋଲିସର କହିବା ଅନୁସାରେ କାର୍ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା ଏବଂ ସେ ନିୟନ୍ତ୍ରଣହୀନ ହୋଇଯାଇଥିଲା। କାର ପ୍ରଥମେ ଡିଭାଇଡର ଉପରେ ଚଢ଼ିଯାଇଥିଲା ତା’ପରେ ଅନ୍ୟ କାର୍ ସହ ଧକ୍କା ହୋଇଥିଲା।