Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ସମୁଦ୍ରରେ ମାଛ ଧରୁଥିଲେ ୩ ବନ୍ଧୁ ; ହେଲେ ଜାଲରେ ଫସିଥିଲା ଏମିତି କଣ, ଯାହାକୁ ଦେଖି ହୋଇଯାଇଥିଲେ ତାଜୁବ

4/08/2021 at 1:01 PM

ନୂଆଦିଲ୍ଲୀ ୦୪/୦୮ :  ସମୁଦ୍ରରେ ଜୀବମାନେ କିପରି ବସବାସ କରନ୍ତି ତାହା ଜାଣିବା ବହୁତ କଷ୍ଟକର । ପ୍ରତିଦିନ ସମୁଦ୍ର ଭିତରୁ ଅଜବ ପ୍ରକାରର ପ୍ରାଣୀ ବାହାରକୁ ଆସିଥାନ୍ତି । ତାହାକୁ ଦେଖି ବିଶ୍ବାସ କରିବା ବହୁତ କଷ୍ଟକର ହୋଇଥାଏ । ସୋସିଆଲ ମିଡିଆରେ ଏହିପରି ଅନେକ ଜୀବଙ୍କର ଫଟୋ ଦେଖିବାକୁ ପାଇଥିବେ । କିନ୍ତୁ ନିକଟରେ ବ୍ରିଟେନରେ ରହୁଥିବା ତିନିଜଣ ବନ୍ଧୁ ସମୁଦ୍ରରେ ମାଛ ଧରିବା ପାଇଁ ଯୋଜନା କରିଥିଲେ। ହେଲେ ସେମାନେ ଭାବି ନଥିଲେ ଯେ ତାଙ୍କ ଜାଲରେ କଣ ପଡ଼ିବ।

ବ୍ରିଟେନର କାଇଲ୍ କାଭିଲା, ଗାରେଥ ବଲାରିଣୋ ଏବଂ ସନ୍ ଡେସୁଇସା ନାମକ ତିନିଜଣ ବନ୍ଧୁ, ମାଛ ଧରିବାକୁ ଯାଇଥିଲେ । ହଠାତ୍ ତାଙ୍କ ଜାଲରେ ପଡିଥିଲା ବଡ ମାଛ ।  ଯାହାର ଓଜନ ୩୨୮ କିଲୋଗ୍ରାମ । ନାଁ ତାର ଥିଲା ବ୍ଲୁଫିନ୍ ଟୁନା ମାଛ । ମାଛଟି ଏତେ ବଡ ଥିଲା ଯେ ୩ ସାଙ୍ଗମାନଙ୍କର ଥିବା ଡଙ୍ଗାକୁ ଆସିପାରି ନଥିଲା । ଫଳରେ ମାଛଟିକୁ ଉପରକୁ ଟାଣିବାବେଳେ ଦୁଇ ସାଙ୍ଗ ପାଣିରେ ପଡ଼ିଯାଇଥିଲେ । ମାଛଟି ତିନି ସାଙ୍ଗମାନଙ୍କ ଡଙ୍ଗାରେ ଫିଟ୍ ହୋଇପାରି ନଥିଲା, ତେଣୁ ଏହାକୁ ଜାଲ ସହିତ ଟାଣି ହୋଇ କୂଳକୁ ଅଣାଯାଇଥିଲା ।

ମାଛକୁ କୂଳକୁ ଆଣିବା ପରେ ତିନି ସାଙ୍ଗ ଏହାକୁ ତିନି ଭାଗରେ କାଟିଦେଇଥିଲେ । ପରେ ତାହାର କିଛି ମାଂସକୁ ବଜାରରେ ବିକ୍ରି କରୁଥିବାବେଳେ ବାକି ମାଂସ ସାଙ୍ଗମାନେ ତାଙ୍କ ପରିବାର ଲୋକଙ୍କ ସହିତ ଖାଇବାକୁ ରଖିଥିଲେ । ଜଣେ ବନ୍ଧୁ ଏହି ମାଛ ବିଷୟରେ ବିଷୟରେ କହିଥିଲେ ଯେ ଏହି ବିଶାଳ ମାଛର ମାଂସ ବଜାରରେ ୫ ଲକ୍ଷ ୧୬ ହଜାରରେ ବିକ୍ରି ହୋଇଥିଲା । ଯଦିଓ ସେ ଏହି ମାଛକୁ ଜାପାନରେ ବିକ୍ରି କରିଥାନ୍ତେ, ତେବେ ତାହା ୧୦ରୁ ୧୫ ଗୁଣର ଅଧିକ ଟଙ୍କା ପାଇଥାନ୍ତେ ।

   Related Posts