Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ରାଜଧାନୀରେ ମରିଯାଇଛି ମଣିଷ ପଣିଆ: ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କଠୁ ଚୋରି କରି ନେଲେ ମୋବାଇଲ

2/12/2019 at 1:45 PM

ନୂଆଦିଲ୍ଲୀ୨/୧୨: ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତିନିଜଣ ଯୁବକ ପ୍ରାଣ ହରାଇଛନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତିନି ଜଣ ଯୁବକଙ୍କୁ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ।

ଏହି ଦୁର୍ଘଟଣା ହେବା ପରେ ରାତି ତମାମ ତିନି ଯୁବକ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ହେଲେ ସେହି ରାସ୍ତାରେ ଯାଉଥିବା ଯାତ୍ରୀ ତାଙ୍କ କଥା ଶୁଣି ନ ଶୁଣିଲା ଭଳି ବାଟ ଭାଙ୍ଗି ଚାଲି ଯାଇଥିଲେ। ହୁଏତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କ ମଣିଷ ପଣିଆ  ନ ଥିଲା । ଏମାନଙ୍କୁ ହସ୍ପିଟାଲ ନେବା ବଦଳରେ କିଛି ଯାତ୍ରୀ ତିନିଜଣଙ୍କୁ ଫୁଟ୍‌ପାଥ୍‌ରେ ପିଙ୍ଗି ଦେଇ ଯାଇଥିଲେ। ଜଣକ ପରେ ଜଣେ କରି ତିନିଜଣଙ୍କୁ ଏକାଠି ଗୋଟିଏ ସ୍ଥାନରେ ପକାଇ ଦେଇଥିଲେ। ଗୁରୁତର ଯୁବକଙ୍କୁ ସାହାଯ୍ୟ କରିବା ବଦଳ​‌ରେ ତାଙ୍କ ମୋବାଇଲ ମଧ୍ୟ ଚୋରି କରି ନେଇଥିଲେ। ଦିଲ୍ଲୀସ୍ଥିତ ଲକ୍ଷ୍ମୀନଗର ଓ ତୁର୍କମ୍ୟାନ ଗେଟ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ତିନିଜଣ ଯୁବକ ସ୍କୁଟିରେ ଲକ୍ଷ୍ମୀନଗରରୁ ତୁର୍କମ୍ୟାନ ଗେଟ୍‌କୁ ଫେରୁଥିଲେ।  ଯୁବକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ  ଯେଉଁସ୍ଥାନରେ ଦୁର୍ଘଟଣା ଘଟିଲା ଉକ୍ତ ସ୍ଥାନରୁ ମାତ୍ର ୩୦୦ ମିଟର ଦୂରରେ ଏକ  ଏଲଏନଜେପି ହସ୍ପିଟାଲ ରହିଛି। ମାତ୍ର ତିନିଜଣଙ୍କୁ ଠିକ୍‌ ସମୟରେ ହସ୍ପିଟାଲ ନିଆଯାଇଥିଲେ ହୁଏତ ସେମାନେ ବଞ୍ଚିଯାଇ ଥାନ୍ତେ।

ହେଲେ ସମସ୍ତଙ୍କ ମାନବିକତା ମରି ନାହିଁ। ସେହି ରାସ୍ତା ଦେଇ ଯାଉଥିବା ରିଜଓ୍ବାନ ନାମକ ଜଣେ ଯୁବକ ତିନିଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ପହଞ୍ଚିବାର ୨୫ ମିିନିଟ୍‌ ପରେ ଡାକ୍ତର ତିନିଜଣ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ।  କିନ୍ତୁ ରାସ୍ତା ଅତିକ୍ରମ କରୁଥିବା ଯାତ୍ରୀ ଗାଡ଼ି ରଖି ଏହି ଦୃଶ୍ୟକୁ ଦେଖି ଉପଭୋଗ କରୁଥିଲେ। ହେଲେ ସାହାଯ୍ୟ ପାଇଁ ଆଗକୁ କେହି ଆସି ନ ଥିଲେ। ଏହା ହେଉଛି ରାଜଧାନୀ ଦିଲ୍ଲୀର ତାଜା ଚିତ୍ର।

   Related Posts