Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବର ପରମିଟ ଘାଟରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବୋଟ

18/04/2019 at 7:55 PM

ବାଲେଶ୍ବର୧୮|୪: ବାଲେଶ୍ବର ଉପକଣ୍ଠରେ ଥିବା ବୁଢାବଳଙ୍ଗ ନଦୀର ପରମିଟ ଘାଟରେ ୩ ବୋଟ ଅଗ୍ନିକାଣ୍ଡରେ ଜଳିଯାଇଛି । ଗ୍ୟାସ ଟାଙ୍କିୁ ଲିକ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ୩ ଘଣ୍ଟାଧରି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛି ।ଖବରନେବାରେ ଜଣାପଡିଛି ଯେଆଜି ପ୍ରଥମେ ବିନାୟକ ରଥଙ୍କ ଓମ ବାବା-୩ ବୋଟରେ ନିଆଁ ଲାଗିଯାଇଥିଲା , ପରେ ସୁକାନ୍ତ ନାୟକଙ୍କ ମହାବୀର ଓ ତାରିଣୀ ବୋଟକୁ ନିଆଁ ବ୍ୟାପିଯାଇଥିଲା ।  

ପରମିଟ ଘାଟରେ ପାଖାପାଖି ୨୫ଟି ବୋଟ ମରାମତି ପାଇଁ ବଳରାମ ଗଡିରୁ ଆସି ରହିଥିଲା । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମାଛମାରିବା ଉପରେ କଟକଣା ଯୋଗୁଁ ବଳରାମଗଡି ବନ୍ଦ ରହିଛି । ବର୍ଷର ଏହି ସମୟରେ ଟ୍ରଲରଗୁଡିକ ପରିମଟ ଘାଟକୁ ଆସି ମରାମତି କରିଥାନ୍ତି । ଆଜିର ଅଗ୍ନିକାଣ୍ଡ ଫଳରେ ୩କୋଟି ଟଙ୍କାର ସମ୍ପତ୍ତି ଜଳିଯାଇଛି ।

   Related Posts