Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସଂସଦର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀଙ୍କ ସହ ବନ୍ଧୁତା କରିବାକୁ ସରକାରଙ୍କ ପ୍ରଚେଷ୍ଟା ; ସୋନିଆଙ୍କୁ ସାକ୍ଷାତ କଲେ ୩ ମନ୍ତ୍ରୀ

7/06/2019 at 4:48 PM

ସାଂସଦ ଅଧିବେଶନ ଆରମ୍ଭ ହେବe ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କ ସହ ହାତ ମିଳାଇବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି । ସଂସଦ ଅଧିବେଶନ ବେଳେ ବିରୋଧୀ କୌଣସି ବାଧା ସୃଷ୍ଟି ନକରନ୍ତୁ ବୋଲି ମୋଦି ସରକାର ଏହିଭଳି ଚିନ୍ତା କରୁଛନ୍ତି । ଏହି ଭାବନାରେ ଏନଡିଏ ସରକାରର ୩ ବରିଷ୍ଠ ମନ୍ତ୍ରୀ ଆଜି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ଯିବେ । ସଂସନ୍ଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଂସନ୍ଦୀୟ କାର୍ଯ୍ୟରାଜ୍ୟମନ୍ତ୍ରୀ ଅର୍ଜୁନ ମାଘୱାଲ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବେ । ବିରୋଧୀଙ୍କ ସହ ମଧୁର ସମ୍ପର୍କ ସ୍ଥାପନ କରିବା ସରକାରଙ୍କ ପ୍ରଚେଷ୍ଟା ।

୧୭ ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୧୭ ତାରିଖରେ ଆରମ୍ଭ ହେବ । ଏହି ଅଧିବେଶନରେ ସରକାରଙ୍କ ୧୦ ଅଧ୍ୟାଦେଶକୁ ଆଇନରେ ବଦଳାଇବାକୁ ହେବ । ଏଥିପାଇଁ ସରକାରଙ୍କୁ ବିରୋଧୀଙ୍କ ଯଥା ସମ୍ଭବ ଦରକାର ପଡିବ । ନରେନ୍ଦ୍ର ମୋଦି ସରକାର କଂଗ୍ରେସକୁ ବୁଝାଇବା ପାଇଁ ନିଜ ମନ୍ତ୍ରୀମଣ୍ଡଳର ୩ଜଣ ମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ପଠାଇଥିଲେ । ଏହାଛଡା ଏବେ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତିଙ୍କ ଚୟନ ହୋଇନାହିଁ । ଜୁନ ୧୯ ତାରିଖରେ ସଂସଦର ନୂଆ ବାଚସ୍ପତି ଚୟନ କରାଯିବ । ଏହାପୂର୍ବରୁ ସରକାର ବିରୋଧୀଙ୍କ ରାୟ ନେବାକୁ ଚାହିଁଛନ୍ତି । ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିପାରନ୍ତି ।

ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ ଆସନ ହାସଲ କରିଛି । ଏବେ ପର୍ଯ୍ୟନ୍ତ କଂଗ୍ରେସ ବିରୋଧୀ ନେତା ପଦ ଦାବି କରିନାହାନ୍ତି । କଂଗ୍ରେସ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ତାକୁ ବିରୋଧୀ ଦଳ ନେତା ପଦ ଦରକାର ନାହିଁ । ବିରୋଧୀ ଦଳ ନେତା ପଦ ପାଇଁ ବିରୋଧୀଙ୍କୁ ୫୫ ଆସନ ଆବଶ୍ୟକ ହୋଇଥାଏ ।

   Related Posts