Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଶ୍ଚିମବଙ୍ଗ: ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ବିଜେପି ବିଧାୟକ ଗିରଫ

16/05/2021 at 4:07 PM

କୋଲକାତା ୧୬/୫: କରୋନା ମହାମାରୀ ପ୍ରକୋପ ସାରା ଦେଶରେ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଲାଗିଛି। ପଶ୍ଚିମବଙ୍ଗ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟରେ ଲକାଡାଉନ୍‌ ଲାଗିଛି। କିନ୍ତୁ ଏହି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ହରଡ଼ଘଣାରେ ବିଜେପିର ୩ ବିଧାୟକ। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ରବିବାର ଦିନ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ବିଜେପି ବିଧାୟକଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ପରେ ସେମାନଙ୍କୁ ପୋଲିସ ଛାଡ଼ିଥିବା ଜଣାପଡ଼ିଛି।

୩ ବିଧାୟକ- ଶଙ୍କର ଘୋଷ, ଆନନ୍ଦମୟ ବର୍ମନ ଏବଂ ଶିଖା ଚଟୋପାଧ୍ୟାୟଙ୍କୁ ପୋଲିସ ଗିରଫ କରିଥିଲା। ଉତ୍ତର ବେଙ୍ଗଲରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିଲେ। ସିଲିଗୁଡିର ସଫଦର ହାସମୀ ଛକରେ ବସି ନିଜର ସମର୍ଥକଙ୍କ ସହ ଏହି ୩ ବିଧାୟକ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ୍‌ କହିଛି। ଏହା ସହ କିଛି ଘଣ୍ଟା ପରେ ସେମାନଙ୍କୁ ଖଲାସ ମଧ୍ୟ କରାଯାଇଛି।

କିନ୍ତୁ ସେମାନେ ଦାବି କରିଛନ୍ତି ପ୍ରଦର୍ଶନ ସମୟରେ ସମସ୍ତ ପ୍ରକାର କୋଭିଡ୍‌ ନିୟମ ପାଳନ କରିଥିଲେ। ଏପରିକି ସେମାନଙ୍କ ପାଖରେ ଭିଡ଼ ଅଧିକ ନଥିଲା। ସେପଟେ ବିଜେପି ବିଧାୟକଙ୍କ ଉପରେ ବର୍ଷିଛି ଟିଏମସି। ଟିଏମସି ନେତା ଗୌତମ କହିଛନ୍ତି ବିଜେପି ବିଧାୟକ ଲୋକମାନଙ୍କୁ ଧୋକା ଦେଇଛନ୍ତି। ଲକ୍‌ଡାଉନ୍‌ ଭଳି ସ୍ଥିତିରେ ସେମାନେ ପ୍ରଦର୍ଶନ କରିବାକୁ ବସିଥିଲେ।

ଲୋକମାନଙ୍କୁ ବିଜେପି ନେତାଙ୍କ ଅସଲ ଚେହେରା ଦେଖିବା ଦରକାର। ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନେଇ ଏମାନେ କମ୍‌ ସମ୍ବେଦନଶୀଳ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଟିଏମସି ନେତା। ସଙ୍କଟ ସମୟରେ ବିଜେପି ନେତା ରାଜନୀତି କରିବା ଉପରେ ବିଶ୍ବାସ କରନ୍ତି ବୋଲି ମଧ୍ୟ କହିଛନ୍ତି ଗୌତମ। ତେବେ ବେଙ୍ଗଲରେ କରୋନା ପ୍ରକୋପରୁ ରକ୍ଷା ପାଇବାକୁ ୧୫ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି ରାଜ୍ୟ ସରକାର।

   Related Posts