ଗୁଇନ୍ଦା ରିପୋର୍ଟ ସଂପର୍କିତ ବିଜେପିର ପ୍ରେସମିଟ୍ ପ୍ରସଙ୍ଗ ; ବିଜେପିର ୩ ନେତାଙ୍କୁ ପୋଲିସ ନୋଟିସ୍
20/03/2019 at 12:13 PM
ଭୁବନେଶ୍ବର ୨୦|୩ : ଗୁଇନ୍ଦା ରିପୋର୍ଟ ସଂପର୍କିତ ପ୍ରେସମିଟ୍ ପାଇଁ ବିଜେପି ନେତାଙ୍କୁ କମିଶନରେଟ୍ ପୋଲିସର ନୋଟିସ୍ ଜାରି କରିଛି । ବିଜେପି ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ଟଙ୍କଧର ତ୍ରିପାଠୀଙ୍କୁ ପୋଲିସ ନୋଟିସ୍ ଜାରି କରିଛି । ଆସନ୍ତାକାଲି ସୁଦ୍ଧା ସମୀର ମହାନ୍ତି ଓ ଏହାର ଦୁଇ ଦିନ ମଧ୍ୟରେ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ଖାରବେଳ ନଗର ଥାନାରେ ହାଜର ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ସୋସିଆଲ୍ ମିଡିଆରେ ହିଞ୍ଜିଳି ସଂପର୍କିତ ଏକ ତଥାକଥିତ ଗୁଇନ୍ଦା ରିପୋର୍ଟ ବୁଲିବା ପରେ ସମୀରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେପି । ହିଞ୍ଜିଳି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଏହି ତଥାକଥିତ ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ଥିଲା । ଏହି ଗୁଇନ୍ଦା ରିପୋର୍ଟ ଫେକ୍ ବୋଲି କହିଥିଲା ବିଜେଡି । ଡିଜି ମଧ୍ୟ ଏହି ଗୁଇନ୍ଦା ରିପୋର୍ଟକୁ ଜାଲ୍ ବୋଲି କହିଥିଲେ । ଏହି ରିପୋର୍ଟକୁ ସିଜ୍ କରିବା ସହ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା ।