ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡିର ୩ ସାଂସଦ
10/06/2019 at 9:09 PM

ଭୁବେଶ୍ବର ୧୦।୬: ରାଜ୍ୟ ସଭା ସାଂସଦ ପଦରୁ ସୋମବାର ବିଜେଡିର ୩ ଜଣ ସାଂସଦ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ, ଡ. ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ। ଗତ ସାଧାରଣ ନିର୍ବାଚନରେ ୩ ନେତା ବିଜୟୀ ହୋଇଛନ୍ତି। ଏଣୁ ସେମାନେ ରାଜ୍ୟସଭା ସଦସ୍ୟତା ତ୍ୟାଗ କରିଛନ୍ତି ।
ଗତ ସାଧାରଣ ନିର୍ବାଚନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେହି ପରି ଡ. ସାମନ୍ତ ମଧ୍ୟଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି । ଏଣୁ ସେମାନେ ନିଜ ନୂଆ ପଦପଦବୀ ସମ୍ଭାଳିବା ପାଇଁ ରାଜ୍ୟସଭା ସଦସ୍ୟତା ତ୍ୟାଗ କରିଛନ୍ତି। ସୌମ୍ୟ ଖଣ୍ଡପଡାରୁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଆଳିରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏଣୁ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସେହିପରି କନ୍ଧମାଳ ଲୋକସଭା ଆସନରୁ ଡ.ଅଚ୍ୟୁତ ସାମନ୍ତ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି। ଏଣୁ ସଂସଦର ଉଚ୍ଚ ସଦନର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।