Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଶୀତଳ ଶୃଙ୍ଖଳ ସମସ୍ୟା: କୋଭିଡ-୧୯ ଟିକାରୁ ବଞ୍ଚିତ ହେବେ ବିଶ୍ୱର ୩ ବିଲିୟନ ଲୋକେ

25/10/2020 at 10:29 PM

ଗାମ୍ପେଲା: ଫ୍ୟାକ୍ଟ୍ରିରୁ ସିରିଞ୍ଜ ଅବିରତ ଷ୍ଟେରାଇଲ ରେଫ୍ରିଜେରସନ ହିଁ ଦୁନିଆର ସବୁଠୁ ପ୍ରତିକ୍ଷିତ କରୋନା ଭାଇରସ ଟିକାକୁ  ସୁରକ୍ଷିତ ଓ ପ୍ରଭାବୀ କରିପାରିବ। ତେବେ ସାରା ବିଶ୍ୱରେ ଏହି ଟିକାର ଶୀତଳ ଶୃଙ୍ଖଳ ଅବ୍ୟାହତ ରଖି ଆବଶ୍ୟକ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାବା ଏବେ ସମୟର ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ଯଦି ଏଥିରେ ସାମାନ୍ୟତମ ତ୍ରୁଟି ବିଚ୍ୟୁତି ହୁଏ ବିଶ୍ୱର ଅନୁନ୍ୟ ୩ଶହ କୋଟି ଲୋକେ ଟିକାର ଦ୍ୱାରା ମିଳିବାକୁ ଥିବା ସ୍ୱାସ୍ଥ୍ୟ ଲାଭରୁ ବଞ୍ଚିତ ହେବେ ବୋଲି କହିଛନ୍ତି ବିଶେଷଜ୍ଞ। ଯାହା ଏବେ କୋଭିଡ ଟିକାକରଣ ଲାଗି ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି।

ଏକ ଆକଳନରୁ ବିଶ୍ୱର ୭. ୮୦ ବିଲିୟନ ଲୋକେ ଏପରି ସ୍ଥାନରେ ବସବାସ କରୁଛନ୍ତି ଯେଉଁଠାରେ ତାପମାତ୍ରା ନିୟନ୍ତ୍ରିତ ଭଣ୍ଡାରଣ ସୁବିଧା ବି  ନାହିଁ। କେବଳ ଅନୁନ୍ନତ ଦେଶ ନୁହନ୍ତି ବିଶ୍ୱର ଅନେକ ବିକଶିତ ଦେଶରେ ମଧ୍ୟ ଏପରି ସୁବିଧାର ଅଚାନକ ଆବଶ୍ୟକତା ପୂରଣ କରିହେବନି। ଏଣୁ ଏହି ସବୁ ସ୍ଥାନରେ କୋଭିଡ-୧୯କୁ ନିୟନ୍ତ୍ରିତ କରିବା ଲାଗି ଟିକାକରଣ କାର୍ଯ୍ୟକ୍ରମର ସଫଳତା ବାସ୍ତବିକ ଚିନ୍ତାଜନକ

ବିଶ୍ୱରେ କରୋନା ଭାଇରସ ମହାମାରୀ ଧନୀ ଲୋକଙ୍କ ଦ୍ୱାରା ଦେଶରୁ ଦେଶକୁ ବ୍ୟାପିଥିଲା। ତେବେ ଏଥିରେ ଆର୍ଥିକ ଦୁର୍ବଳ ବର୍ଗ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଏମାନଙ୍କ ଜୀବନ ଶୈଳୀ ଓ ସେମାନେ କାର୍ଯ୍ୟ ଏବଂ ବସବାସ କରୁଥିବା ଅଞ୍ଚଳ ହିଁ ସେମାନଙ୍କୁ ଦୂରାରୋଗ୍ୟ ସଂକ୍ରମଣରେ ଗୁରୁତର ପ୍ରଭାବିତ କରିଛି। ଏପରି ଲୋକେ ପ୍ରାୟତଃ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଧିକାଂଶ ସମୟ କଟାଉଛନ୍ତି। ଏଣୁ ସେମାନଙ୍କ ଠାରେ ସଂକ୍ରମଣର ସର୍ବାଧିକ ଆଶଙ୍କା ରହୁଛି। ଏଥିରେ କରୋନା ଭାଇରସ ଟିକା ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଏତେ ସହଜ ନୁହେଁ, ଯାହା  ଅତ୍ୟାଧିକ ଥଣ୍ଡା (ବିଯୁକ୍ତ ୭୦ ଡିଗ୍ରି ସେଲସିୟସ୍) ଆବଶ୍ୟକ କରୁଛି। ଏଥିରେ ଅଚାନକ ଟିକା ଲାଗି ଭିତ୍ତିଭୂମି ସୃଷ୍ଟି କରିବା ମଧ୍ୟ ସମ୍ଭବ ନୁହେଁ ଏପରିକି ବିକଶିତ ରାଷ୍ଟ୍ରମାନଙ୍କରେ ମଧ୍ୟ ସମ୍ଭବ ନୁହେଁ।

ସାରା ବିଶ୍ୱରେ ମହାମାରୀ ତାର ସଂକ୍ରମଣ ଦିନରୁ ଏପର୍ଯ୍ୟନ୍ତ ୮ମାସରୁ ଅଧିକ କାଳ ହେଲା ପ୍ରକୋପ ଜାରି ରଖିଛି। ଏଥିରେ ଆବଶ୍ୟକ ରେଫ୍ରିଜେରେସନ ସୁବିଧା ନଥିବାରୁ ଟିକା ପରିବହନ ନେଇ ଲଜିଷ୍ଟିକ ଏକ୍ସପର୍ଟମାନେ ମଧ୍ୟ ସନ୍ଦେହ ପ୍ରକାଶ କଲେଣି। ବିଶେଷ କରି କେନ୍ଦ୍ରୀୟ ଏସିୟା, ଭାରତର କେତେକ ଅଞ୍ଚଳ ସମେତ ଦକ୍ଷିଣ-ପୂର୍ବ ଏସିୟା ଓ ଲାଟିନ ଆମେରିକୀୟ ଦେଶଙ୍କୁ ଟିକା ପହଞ୍ଚାଇବା ଏବେ ଚିନ୍ତାଜନକ ହୋଇଛି।

ଏଥିରେ ଏପରି କେତେକ ଦେଶର ଅଞ୍ଚଳ ରହିଛି ଯେଉଁଠି ଏବେ  ସାଧାରଣ ଟିଟାନସ୍, କାମଳ ଜ୍ୱର ଓ ଟିବି ଭଳି ରୋଗର ଟିକାକୁ ଶୀତଳ ଶୃଙ୍ଖଳରେ ରଖାଯାଇ ପାରୁନଥିବା ବେଳେ କରୋନା ଭାଇରସ ଭେକ୍ସିନକୁ ନିମ୍ନ ତାପମାତ୍ରାରେ ରଖି କିପରି ରୋଗୀ ପର୍ଯ୍ୟନ୍ତ ପହଞ୍ଚା ଯାଇ ପାରିବ ବାସ୍ତବିକ ତାହା ଚିନ୍ତାଜନକ। ବୁରକିନା ଫାସୋ ଭଳି ଦେଶକୁ ଯଦି ଉଦାହରଣ ଭାବେ ନିଆଯାଏ ଯେଉଁଠି ଏକ ଧୂଳି ଧୂଷରିତ ବିଲ୍ଡିଂରେ ୧୧ ହଜାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ସେଠାରେ ଟିକାକରଣ କିପରି ସମ୍ଭବ ହେବ ତାହା କେବଳ କଳ୍ପନା କରାଯାଇପାରେ। 

କରୋନା ବିଶ୍ୱରେ ଯେପରି ମାଡି ଚାଲିଛି ସେହିପରି ଏହାର ନିରାକରଣ ଲାଗି ଟିକା ଉଦଭାବନ ନିମନ୍ତେ ଜୋରଦାର ଗବେଷଣା ହେଉଛି। ସାରା ବିଶ୍ୱରେ ୪୨ଟି ଟିକା ଏବେ କ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ୧୫୧ଟି ଚିକିତ୍ସକୀୟ ପୂର୍ବ ପରିସ୍ଥିତିରେ ପହଞ୍ଚିଛନ୍ତି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଙ୍କ ଅନୁସାରେ ଏପରି ଟିକାକୁ ସର୍ବୋଚ୍ଚ ୨ରୁ ୮ ଡିଗ୍ରି ସେଲସିୟସରେ ରଖାଯାଇପାରେ ବୋଲି ଏକ ଆକଳନ କରିଛନ୍ତି।

ଏଥିରେ ପ୍ରସ୍ତୁତି ପର୍ଯ୍ୟରେ ପହଞ୍ଚିସାରିଥିବା ଫିଜରଙ୍କ ଟିକା ସବୁଠୁ ନିମ୍ନ ତାପମାତ୍ରା ଆବଶ୍ୟକ କରୁଛି। ଏଥିପାଇଁ ସ୍ୱତନ୍ତ୍ର କ୍ୟାରିଂ କେସ୍‌ ବିକଶିତ କରିବା ନିମନ୍ତେ ଏବେ ବିଚାର କରାଯାଉଛି। ଏଥିରେ ସାରା ବିଶ୍ୱକୁ ଭେକ୍ସିନ ପରିବହନ ଲାଗି ୧୫ ହଜାର କାର୍ଗୋ ବିମାନର ଆବଶ୍ୟକତା ପଡିବ ବୋଲି ଜର୍ମାନ ଲଜିଷ୍ଟିକ କମ୍ପାନୀ ଡିଏଚଏଲ ଆକଳନ କରିଛନ୍ତି। କେବଳ ପରିବହନ ନୁହେଁ ଶୀତଳତା ଶୃଙ୍କଳା ବଜାୟ ରଖିବା ଲାଗି ସୁଷ୍କ ବରଫର ଯୋଗାଣ ବ୍ୟବସ୍ଥା କରିବାକୁ ମଧ୍ୟ ପଡିପାରେ ବୋଲି ଡିଏଚଏଲ ଆକଳନ କରିଛନ୍ତି। ଏଣୁ ଏବେ ଓ ଏହି ମୁହୁର୍ତ୍ତରେ ଆମ ପାଖରେ ଟିକା ଥିଲେ ମଧ୍ୟ ବୃହତ୍ତର ବିଶ୍ୱକୁ ଅଚାନକ ପହଞ୍ଚାଇବା କେବେବି ସମ୍ଭ ନୁହେଁ ବୋଲି କହିଛନ୍ତି ଆଫ୍ରିକୀୟ ଦେଶଙ୍କ ଲାଗି ହେଲଥ୍ ଏଣ୍ଡ ନ୍ୟୁଟ୍ରେସନ ମୁଖ୍ୟ ଜିଏନ-କ୍ଲାଉଡେ ମୁବଲାମା କହିଛନ୍ତି।

   Related Posts