କାଶ୍ମୀରକୁ ନେଇ ତିନିଟି ବଡ ଖବର: ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ୭ଟି ଆବେଦନରୁ ୪ଟିରେ ତ୍ରୁଟି, ଜାତିସଂଘରେ ରୁଦ୍ଧଦ୍ବାର ବୈଠକ, ସୋମବାରରୁ ଘାଟୀରେ ଖୋଲିବ ସରକାରୀ କାର୍ଯ୍ୟାଳୟ !

Published By : Prameya-News7 Bureau | August 16, 2019 IST

ନୂଆଦିଲ୍ଲୀ୧୬|୮; କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ୭ଟି ଆବେଦନରୁ ୪ଟିରେ ତ୍ରୁଟି । ଆବେଦନକାରୀ ତ୍ରୁଟି ସଂଶୋଧନ କରି ଆବେଦନ କଲେ ଆଗାମୀ ଦିନରେ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ଏଥିସହ ତ୍ରୁଟିପୂର୍ଣ୍ଣ ଆବେଦନକାରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନ ବିଚାରପତି । ସେପଟେ ଜାମ୍ମୁକାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ଲାଗିଥିବା କଟକଣା ଉଠାଇବାକୁ କେନ୍ଦ୍ର ସରକାରଙ୍କୁ ଆଉ କିଛି ସମୟ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ପାକିସ୍ତାନର ଗୁହାରିକୁ ଚୀନ ସମର୍ଥନ କରିବା ପରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ନ୍ୟୁୟର୍କରେ ବସିଛି ।  …

{"id":145032}

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ ହୋଇଥିବା ଆବେଦନରେ ତ୍ରୁଟି । ଏ ସଂପର୍କିତ ୭ଟି ଆବେଦନରୁ ୪ଟି ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ସୁପ୍ରିମ୍‌କୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍.ଏ.ବୋବଡେ ଓ ଜଷ୍ଟିସ ଏସ୍.ଏ.ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଆଇନଜୀବୀ ଏମ୍ . ଏଲ୍ ଶର୍ମାଙ୍କ ଆବେଦନ ଉପରେ ପ୍ରଧାନବିଚାରପତି କହିଥିଲେ ଆବେଦନ ପଢି ମୁଁ କିଛି ବୁଝିପାରିଲିନି । ଗମ୍ଭୀର ମାମଲାରେ ଏହା କିଭଳି ଆବେଦନ ବୋଲି ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି । ଆବେଦନକାରୀଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ । ଏହା ଉପରେ ସାନି ଆବେଦନ କରାଗଲେ ଯାଇ ଆସନ୍ତା ସପ୍ତାହରେ ଶୁଣାଣି ହୋଇପାରେ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ଜାମ୍ମୁକାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ଲାଗିଥିବା କଟକଣା ଉଠାଇବାକୁ କେନ୍ଦ୍ର ସରକାରଙ୍କୁ ଆଉ କିଛି ସମୟ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

{"id":145034}

ଏପଟେ ଘାଟିରେ ସ୍ଥିତି ଧିରେ ଧିରେ ସୁଧୁରୁଛି । ଆସନ୍ତା ସୋମବାରରୁ ଶ୍ରୀନଗରରେ ସରକାରୀ ଅଫିସ ଖୋଲିବ । ଶ୍ରୀନଗରରେ ଏବେବି ଫୋନ ଏବଂ ଇଣ୍ଟରନେଟ୍ ଉପରେ କଟକଣା ରହିଛି । ସେପଟେ ଜାମ୍ମୁକାଶ୍ମୀରରେ  ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ଶାସନ ସଚିବ । କହିଛନ୍ତି ୨୨ ଜିଲ୍ଲାରୁ ୧୨ ଟି ଜିଲ୍ଲାରେ  ସ୍ଥିତିରେ ସୁଧାର ଆସିଛି ।  ଆଜିଠାରୁ ସରକାରୀ କାର୍ଯ୍ୟଳୟଗୁଡିକ କାମ କରିବା ଆରମ୍ଭ କରିଛନ୍ତି । ଏହାପରେ ଫୋନ୍‌ ଯୋଗାଯୋଗ ଧିରେଧିରେ ଖୋଲି ଦିଆଯିବ । ଲ୍ୟାଣ୍ଡଲାଇନ୍‌ ଖୋଲିବା ଉପରେ ଗୁରୁତ୍ବ ଦିଆଯାଇଛି । ୩୭୦ ଉଠିବା ପରଠାରୁ ଘାଟିରେ କାହାର ଜଣଙ୍କର ବି ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି ।

{"id":145035}

ସେପଟେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ପାକିସ୍ତାନର ଗୁହାରିକୁ ଚୀନ ସମର୍ଥନ କରିବା ପରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ନ୍ୟୁୟର୍କରେ ବସିଛି । କେବଳ ପାକିସ୍ତାନର ଦାବିର ଇଜ୍ଜତ ରଖିବା ଲାଗି ଏପରି ରୁଦ୍ଧଦ୍ବାର ବୈଠକ ଆୟୋଜନ କରିଛି ଚୀନ । ଏହି ବୈଠକର କୌଣସି ପରିମାଣ ବାହାରିବନି, କୌଣସି ରିଜଲ୍ୟୁସନ ହେବନି , କୌଣସି ଭୋଟିଂ ହେବନି କି କୌଣସି ରେକର୍ଡ ରହିବନି । ତେଣୁ ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ନେଇ ଭାରତ ବିଲକୁଲ ଚିନ୍ତିତ ନୁହେଁ ।

{"id":145036}

ଅନ୍ୟପଟେ ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି ଆମେରିକା । ଆମେରିକା କେରୀ ଲୁଗର ବର୍ମନ ଆକ୍ଟ ଅନୁସାରେ ପ୍ରଦାନ କରୁଥିବା ଆର୍ଥିକ ସାହାଯ୍ୟକୁ ଅଧା କରିଦେଇଛି ।

{"id":145037}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.