ଜାତୀୟ ରାଜନୀତିର ତିନିଟ ବଡ ଘଟଣା: ପ୍ରିୟଙ୍କା ଛାଡିଲେ କଂଗ୍ରେସ, ହାର୍ଦ୍ଦିକ ଖାଇଲେ ଚାପୁଡା ଏବଂ ମିଶିଗଲେ ମାୟା-ମୁଲାୟମ

Published By : Prameya-News7 Bureau | April 19, 2019 IST

ଭୁବନେଶ୍ବର ୧୯|୪: ଆଜି ଜାତୀୟ ରାଜନୀତିରେ ଦୁଇଟି କାରଣ ପାଇଁ ଦୁଇ କଂଗ୍ରେସ ନେତା ଚର୍ଚ୍ଚାର ପରିସରକୁ ଆସିଛନ୍ତି। କଂଗ୍ରେସର ସମସ୍ତ ପଦ ସହ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ । ସେ ଶିବସେନାରେ ଯୋଗଦେଇଛନ୍ତି । ସେପଟେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି ।

{"id":105046}

ଶିବସେନା କ୍ୟାମ୍ପରେ କଂଗ୍ରେସର ବ୍ରାଣ୍ଡ ଫେସ୍‌ ପ୍ରିୟଙ୍କା ଚତୁର୍ବେଦୀ । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହାତରେ ଧାଗା ବାନ୍ଧି ହୋଇଛନ୍ତି ଶିବ ସୈନିକ। ଏ ହେଉଛନ୍ତି ସେହି ପ୍ରିୟଙ୍କା ଯିଏକି ଏନଡିଏ ଓ ବିଜେପିକୁ ବାତୋଁ ବାତୋଁ ମେ ବାଣ ମାରୁଥିଲେ ।ଆଜି ସେ କଂଗ୍ରେସର ସମସ୍ତ ପଦ ସହ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।  

{"id":105047}

ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଇଉଥିବା ଅଭିଯୋଗ କରି ସେ ଦଳ ସୁପ୍ରିମୋ ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ । ସେ ଦର୍ଶାଇଛନ୍ତି ଯେ କଂଗ୍ରେସର କିଛି ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେତେବେଳେ ସେମାନଙ୍କ ନିଲମ୍ବନ କରାଯାଇଥିଲା । ହେଲେ ଉତ୍ତର ପ୍ରଦେଶର ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ପରେ ଏବେ ସେହି ବ୍ୟକ୍ତିମାନଙ୍କୁ ପୁଣି ଦଳକୁ ଫେରାଇ ଆଣାଯାଇଛି । ଯାହାକୁ ବିରୋଧ କରିଥିଲେ ପ୍ରିୟଙ୍କା ଚତୁର୍ବେଦୀ । ଏମିତିକି ନିର୍ବାଚନ ଲଢ଼ିବା ପାଇଁ ପ୍ରିୟଙ୍କା ଆଶା ରଖିଥିବା ବେଳେ ଏଥର ଟିକଟ ମିଳନଥିବାରୁ ସେ ଅସନ୍ତୁଷ୍ଟ ଥିଲେ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।  

{"id":105048}

ସେପଟେ ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କୁ ଜଣେ ବ୍ୟକ୍ତି ମଞ୍ଚ ଉପରେ ଚାପୁଡା ମାରିଥିବା ଦେଖିବାକୁ ମିଳିଛି ।ଗୁଜରାଟ ଅହମ୍ମଦାବାଦ ସୁରେନ୍ଦ୍ର ନଗରର ବଢବାନରେ ଏହି ଘଟଣା ଘଟିଛି । ତେବେ ଏଠାରେ ଉପସ୍ଥିତ ଥିବା ଲୋକେ ମାଡ ମାରିଥିବା ବ୍ୟକ୍ତିଙ୍କୁ ଧରି ଖୁବ ଛେଚିଛନ୍ତି ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି ।

{"id":105049}

ସେପଟେ ଉତ୍ତରପ୍ରଦେଶରେ ଆଜି ଏକାଠି ହୋଇଛନ୍ତି ମାୟା ମୁଲାୟମ। ୨୪ ବର୍ଷ ପରେ ପୁଣି ଏମାନେ ଗୋଟିଏ ମଞ୍ଚରେ ଠିଆ ହୋଇଛନ୍ତି । ଯାହାକି ଉତ୍ତରପ୍ରଦେଶରେ କଂଗ୍ରେସ ଓ ବିଜେପିକୁ ସତର୍କ ଘଣ୍ଟି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.