ଓଜନ ବଢିବା ଯୋଗୁଁ ଚିନ୍ତିତ ଅଛନ୍ତି କି ? ଶୀଘ୍ର ଓଜନ କମେଇବାକୁ ଚାହୁଁଛନ୍ତି ଯଦି ପିଅନ୍ତୁ ଏହି ଜୁସ
2/02/2019 at 7:21 PM

ଭୁବନେଶ୍ୱର ୨/୨ : ଆଜିକାଲି ଦୁନିଆରେ ସବୁଠାରୁ ବଡ ସମସ୍ୟା ଓଜନ | ଓଜନ କମ କରିବା ପାଇଁ ଲୋକେ ବ୍ୟାୟାମ, ଡାଏଟିଂ ଆହୁରି କେତେ କ’ଣ କରୁଛନ୍ତି | ତଥାପି ଓଜନ କମିବାର ନାଁ ନେଉନାହିଁ | ଦିନକୁ ଦିନ ଓଜନ ବଢୁଛି ସିନା କମୁନି | ଯାହାଫଳରେ ମଣିଷ ଚିନ୍ତାରେ ପଡିଯାଉଛି | କାରଣ ଓଜନ ବଢିବା ଦ୍ୱାରା ମଣିଷର କେବଳ ସୌନ୍ଦର୍ଯ୍ୟ କମିନଥାଏ ବରଂ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ତେବେ ଜାଣନ୍ତୁ ଶୀଘ୍ର ଓଜନ କମାଇବା ପାଇଁ କଣ କରିବେ :

ଏହି ୩ଟି ଜୁସ ପିଇ ଆପଣ ଶୀଘ୍ର ନିଜ ଓଜନ କମ କରିପାରିବେ | ସେଗୁଡିକ ହେଲା ଗାଜର, ଟମାଟୋ ଏବଂ ସେଓ ବା ଆପଲ |
ଗାଜର ଜୁସ : ଗାଜରରେ ବହୁ ପରିମାଣର ଫାଇବର ରହିଛି | ଫାଇବର ଯୁକ୍ତ ଖାଦ୍ୟ ଖାଇଲେ ଶୀଘ୍ର ଭୋକ ହୁଏନାହିଁ | ପେଟ ମଧ୍ୟ ବହୁ ସମୟ ଧରି ପୁରିଲା ଭଳି ଲାଗିଥାଏ | ପେଟ ପୁରିଲା ଭଳି ଲାଗୁଥିଲେ ଖାଇବା ପାଇଁ ମଧ୍ୟ ଇଚ୍ଛା ହେବନି | ଆପଣ ବି ଯଦି ଶୀଘ୍ର ଓ଼ଜ୍ଜନ କମ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ଗାଜର ଜୁସ ପିଅନ୍ତୁ | ଗାଜର ସହିତ ବିଟକୁ ମିଶାଇ ଜୁସ କରି ପିଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ |

ଟମାଟୋ ଜୁସ : ଟମାଟୋରେ ବହୁତ କମ ପରିମାଣର କ୍ୟାଲୋରୀ ଥାଏ | କଞ୍ଚା ଟମାଟୋ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ଏହାଛଡା ଟମାଟୋ ଜୁସ ମଧ୍ୟ ବହୁତ ଲାଭଦାୟକ | ଟମାଟୋ ଜୁସ ପିଇଲେ ବହୁତ ଶୀଘ୍ର ଓଜନ ହ୍ରାସ ହୋଇଥାଏ | ୧୦୦ ଗ୍ରାମ ଟମାଟୋରେ ମାତ୍ର ୧୮ କ୍ୟାଲୋରୀ ଥାଏ |

ସେଓ ବା ଆପଲ ଜୁସ : ସେଓକୁ ମେଦ ବୃଦ୍ଧିର ଶତ୍ରୁ ବୋଲି ବିଶ୍ୱାସ କରାଯାଏ | ସେଓ ଖାଇବା ଦ୍ୱାରା ଏବଂ ଜୁସ କରି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ | ଡାକ୍ତରଙ୍କ କହିବାନୁଯାୟୀ, ସେଓ ସକାଳୁ ଖାଲି ପେଟରେ ଗୋଟିଏ ସେଓ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟଂକ ଲାଭଦାୟକ ହୋଇଥାଏ | ଆପଲ ଜୁସ ପିଇଲେ ହାଡ ମଧ୍ୟ ମଜବୁତ ହୋଇଥାଏ |
