ବୁଗୁଡ଼ାରେ ଦୁବୃର୍ତ୍ତଙ୍କ ମରଣାନ୍ତକ ଆକ୍ରମଣରେ ତିନି ଆହତ
7/03/2019 at 9:25 PM

ଗଂଜାମ ୭/୩- ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବଡପଥର ଗାଁ ନିକଟରେ ଦୃବୁର୍ତ୍ତଙ୍କ ମରଣାନ୍ତକ ଆକ୍ରମଣରେ ତିନି ଆହତ । ଆହତ ମାନେ IOCL କର୍ମଚାରୀ ବୋଲି ଜଣାପଡିଛି। ଆହତ ମାନେ ହେଲେ ଧର୍ମାନନ୍ଦ ବେହେରା,ବିଷ୍ଣୁ ପ୍ରସାଦ ପାତ୍ର ,ତରୁଣ ବିଶ୍ୱାଳ । ଆହତମାନଙ୍କୁ ବୁଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୁଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ କି କାହାକୁ ଗିରଫ କରାଯାଇପାରିନାହିଁ ।