ଏସପ୍ଲାନେଡ ମଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କୁଇକ୍ ଆକ୍ସନ : ୨୪ ଘଣ୍ଟା ଭିତରେ ୩ ଗିରଫ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ବର ୩୦/୧୨: ଏସପ୍ଲାନେଡ୍ ମଲର ଗୁଣ୍ଡାରାଜ ଘଟଣାରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଅଭିଯୋଗର ମାତ୍ର ୨୪ ଘଣ୍ଟା ଭିତରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି । ଘଟଣାର ୧୨ ଘଣ୍ଟା ଭିତରେ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଥିଲା ।

{"id":204350,"sizeSlug":"large"}

ସଂଧ୍ୟାରେ ମଲ୍ ର ସେଲସ ମ୍ୟାନେଜର ଶ୍ୟାମା ଝାଙ୍କୁ ସହିଦନଗର ପୋଲିସ ଗିରଫ କରିଛି । ଶନିବାର ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା ।

{"id":204351,"sizeSlug":"large"}

ଆକ୍ରମଣକୁ ବିରେ।ଧ କରି ଶତାଧିକ ସାମ୍ବାଦିକ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ଦଳ, ସୂଚନା ଅଧିକାର କର୍ମୀ ଏସପ୍ଲାନେଡ୍ ମଲ୍ ଆଗରେ ଧାରଣା ଦେବା ସହ ବିରେ।ଧ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ପହଞ୍ଚି ଧାରଣାରତ ସମ୍ବାଦିକଙ୍କ ସହ ଆଲେ।ଚନା କରିଥିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.