ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାର ପର୍ଦାଫାଶ, ୩ ଗିରଫ: ପଞ୍ଜାବ ପୋଲିସ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଇନା

Published By : Prameya-News7 Bureau | September 16, 2020 IST

ପଠାନକୋଟ ୧୬/୦୯ : ପଞ୍ଜାବ ପଠାନକୋଟରେ ଭାରତୀୟ କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାର ପର୍ଦାଫାଶ ପଞ୍ଜାବ ପୋଲିସ କରିଛି । ବୁଧବାର ଦିନ ପଞ୍ଜାବ ପୋଲିସ ଏହି ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ରିପୋର୍ଟ ଅନୁଯାୟୀ, ଏହି ୩ ଅଭିଯୁକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ସଦସ୍ୟ । ଏହି ମାମଲାରେ ଆହୁରି ୧୧ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିବା ବାକି ଅଛି । ଅନ୍ୟ ଅଭିଯୁକ୍ତଙ୍କ ତଲାସୀ ଜାରି ରହିଛି ।

କ୍ରିକେଟ ଖେଳାଳି ସୁରେଶ ରାଇନା ନିଜ ସମ୍ପର୍କୀୟଙ୍କ ହତ୍ୟା ପରେ ବୁଧବାର ଦିନ ପ୍ରଥମଥର ପଠାନକୋଟ ସ୍ଥିତ ନିଜ ଗାଁ ଥରିୟାଲ ଯାଇଛନ୍ତି । ହତ୍ୟା ମାମଲାରେ ସେ ଶୋକ ପ୍ରକାଶ କରିଛନ୍ତି । ରାଇନା ଗଣମାଧ୍ୟମକୁ କହିଛନ୍ତି, ପଞ୍ଜାବ ପୋଲିସ ବହୁତ ଭଲ କାମ କରୁଛି । ସାହାଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁରେଶ ରାଇନାଙ୍କ ପିଉସୀ ଏହି ଗାଁରେ ରୁହନ୍ତି । ଅଗଷ୍ଟ ୧୯ ତାରିଖରେ ଗାଁରେ ସୁରେଶ ରାଇନାଙ୍କ ପିଉସା ଅଶୋକ କୁମାର ଓ ପିଉସାଙ୍କ ପୁଅ କୌଶଲଙ୍କୁ ହତ୍ୟା କରାଯାଇଥିଲା । 

{"id":330354,"sizeSlug":"large"}

ପରିବାରକୁ ନ୍ୟାୟ ଦେବା ପାଇଁ ସୁରେଶ ରାଇନା ନିଜେ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ପୋଲିସକୁ ସାହାଯ୍ୟ ମାଗିଥିଲେ । ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଟ୍ୟାଗ କରି ଲେଖିଥିଲେ ଯେ, ସେଦିନ ରାତିରେ କଣ ଘଟିଥିଲା ଆମେ ଜାଣିନୁ କି କିଏ ଏହି ହତ୍ୟାକାଣ୍ଡ ଘଟାଇଥିଲା ତାହା ମଧ୍ୟ ଜାଣିନୁ । ପଞ୍ଜାବ ପୋଲିସ ଏହି ମାମଲାର ତଦନ୍ତ କରୁ ବୋଲି ସେ ଅନୁରୋଧ କରିଥିଲେ । ତାଙ୍କ ପିଉସୀଙ୍କ ପରିବାର ସହ ଏହିଭଳି ଜଘନ୍ୟ କାଣ୍ଡ କିଏ ଘଟାଇଛି ତାହା ଜାଣିବା ଅଧିକାର ତ ଆମର ଅଛି ବୋଲି କହିଥିଲେ ରାଇନା । ଆଉ ଅଧିକ ଅପରାଧ କରିବାକୁ ଏହି ଅପରାଧୀଙ୍କୁ ଛାଡିବା ଉଚିତ ନୁହେଁ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୯ ତାରିଖ ରାତିରେ ରାଇନାଙ୍କ ସମ୍ପର୍କୀୟଙ୍କ ଘରେ ହମଲା ହୋଇଥିଲା । ସେତେବେଳେ ପୁରା ପରିବାର ଘର ଛାତ ଉପରେ ଶୋଇଥିଲେ । ସେତେବେଳେ କିଛି ଦୁର୍ବୁତ୍ତ ଲୁଟ ଉଦ୍ୟମରେ ଘାତକ ଅସ୍ତ୍ରରେ ହମଲା କରିଥିଲେ । ହମଲାରେ ରାଇନାଙ୍କ ପିଉସୀ ଗୁରୁତର ଆହତ ହୋଇଥିଲେ । ହମଲାରିଟଙ୍କା ପିଉସା ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.