ଅଳଙ୍କାର ଦୋକାନରୁ ଲୁଟ୍‌ ଘଟଣା: ୮୪ ଗ୍ରାମ୍‌ ସୁନା, ୪ କେଜି ରୁପା ସହ ୩ ଗିରଫ

Published By : Prameya-News7 Bureau | October 23, 2021 IST

ଯାଜପୁର ୨୩/୧୦: ଯାଜପୁର ଜିଲ୍ଲା କୁଆଖିଆ ଥାନା ମଧୁବନ ବଜାରରୁ ଅଳଙ୍କାର ଦୋକାନ ଲୁଟ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କୁଆଖିଆ ପୋଲିସ । ସେମାନଙ୍କ ନିକଟରୁ ୮୪ ଗ୍ରାମ ସୁନା, ୪ କେଜି ରୁପା ଅଳଙ୍କାର ସହ ଏକ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଯଖପୁରା ଥାନା ଅଞ୍ଚଳର ଦୀପକ ପ୍ରଧାନ ଓ ପ୍ରକାଶ ପ୍ରଧାନ ଏବଂ ପିପିଲି ଥାନା ଅଞ୍ଚଳର ରାଜା ଶିକାରୀ ବୋଲି ଜଣାପଡିଛି ।

ଅଭିଯୁକ୍ତମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଗତ ୨୧ ତାରିଖ ଦିନ ମଧୁବନ ବଜାରରେ ଥିବା ଏକ ଅଳଙ୍କାର ଦୋକାନରୁ ଲୁଟ ହୋଇଥିଲା । ଦୋକାନ ମାଲିକ ସକାଳୁ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ସମୟରେ ଦୋକାନରେ ଥିବା ଏକ ଅଳଙ୍କାର ଭର୍ତ୍ତି ବ୍ୟାଗକୁ କେହି ଦୁର୍ବୁତ୍ତ ଲୁଟି ନେଇଥିଲେ ।

ଏନେଇ ଦୋକାନ ମାଲିକ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଏହାର ତଦନ୍ତ ଚଳାଇଥିଲା । ତେବେ ଆଜି ଲୁଟ ହୋଇଥିବା ଅଳଙ୍କାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

wp:embed {"url":"https://www.youtube.com/watch?v=RlD7ah-ozTs","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=RlD7ah-ozTs
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.