Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସାଙ୍ଗ ଟଙ୍କାରେ ସାଙ୍ଗକୁ ମର୍ଡ଼ର: କୋରାପୁଟରେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍, ୩ ଗିରଫ

12/11/2020 at 7:04 PM

ଜୟପୁର ୧୨/୧୧ : କୋରାପୁଟ ପଟାଙ୍ଗୀରେ ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହି ଘଟଣାର ମାଷ୍ଟରମାଇଣ୍ଡ ଅନୀଲ ପାଢ଼ୀ ଓ ଜଣେ ସୁପାରୀ କିଲର ସହ ମୋଟ ୩ଜଣଙ୍କୁ ଗିରଫ କରାଯାଇଛି । ଗଂଜେଇ ବେପାର ବାହାନାରେ ଗଙ୍ଗା ପ୍ରସାଦଙ୍କ ଠାରୁ ୪୦ହଜାର ଟଙ୍କା ଧାର ନେଇଥିବା ଅନୀଲ ସେଇ ଟଙ୍କାରେ ସୁପାରୀ କିଲରଙ୍କୁ ଲଗାଇ ଗଙ୍ଗାଙ୍କୁ ମର୍ଡ଼ର କରିବା ଭଳି ସାଙ୍ଘାତିକ ସତ ପଦାକୁ ଆସିଛି ।


ସାଙ୍ଗ ଟଙ୍କାରେ ସାଙ୍ଗକୁ ମର୍ଡ଼ର । ସାଙ୍ଗକୁ ହତ୍ୟା ପାଇଁ ୪୦ହଜାର ଟଙ୍କାର ସୁପାରୀ ଦେଇଥିଲା ସାଙ୍ଗ । କୋରାପୁଟ ପଟାଙ୍ଗୀରେ ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଗଂଜେଇ ବେପାର ବାହାନାରେ ଗଙ୍ଗା ପ୍ରସାଦଙ୍କ ଠାରୁ ୪୦ହଜାର ଟଙ୍କା ଧାର ନେଇଥିବା ଅନୀଲ ସେଇ ଟଙ୍କାରେ ସୁପାରୀ କିଲରଙ୍କୁ ଲଗାଇ ଗଙ୍ଗାଙ୍କୁ ମର୍ଡ଼ର କରିଛି । ଘଟଣାର ମାଷ୍ଟରମାଇଣ୍ଡ ଅନୀଲ ପାଢ଼ୀ ଓ ଜଣେ ସୁପାରୀ କିଲର ସହ ମୋଟ ୩ଜଣଙ୍କୁ ଗିରଫ କରିଛି ପଟାଙ୍ଗୀ ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର୍, ଗୋଟିଏ ବୁଲେଟ୍ ଏବଂ କିଛି ଗ୍ଲୋବ୍ସ୍ ଜବତ ହୋଇଛି ।


ମୃତକ ଗଙ୍ଗା ପ୍ରସାଦ ଓ ଅଭିଯୁକ୍ତ ଅନୀଲ ପାଢ଼ୀ ଏବଂ ଅନୀଲଙ୍କ ବଡ଼ ଭାଇ ସୁନୀଲଙ୍କ ଭିତରେ ବନ୍ଧୁତା ଥିଲା । ହେଲେ ଗଙ୍ଗା ପ୍ରସାଦଙ୍କ ଠାରୁ ଟଙ୍କା ନେଇ ଅନ୍ଲାଇନ୍ ଗେମ୍ ଖେଳି ପ୍ରାୟ ୩ଲକ୍ଷ ଟଙ୍କା ହାରିଯାଇଥିଲେ ଅନୀଲ ପାଢ଼ୀ । ପରେ ଗଙ୍ଗା ପ୍ରସାଦ ସୁନୀଲଙ୍କୁ ବାରମ୍ବାର ଟଙ୍କା ମାଗିବାକୁ ନେଇ ଉଭୟଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା । ଏମିତି କି ବାପାଙ୍କ ଠାରୁ ଲକ୍ଷେଟଙ୍କା ଆଣି ସୁନୀଲ ଗଙ୍ଗା ପ୍ରସାଦଙ୍କୁ ଦେଇଥିଲେ ବି ବାକି ୨ଲକ୍ଷ ଟଙ୍କା ପାଇଁ ବାରମ୍ବାର ସୁନୀଲ ଉପରେ ଚାପ ପକାଉଥିଲେ ଗଙ୍ଗା ପ୍ରସାଦ । ଯାହାକୁ ନେଇ ସୁନୀଲଙ୍କ ଘରେ ମଧ୍ୟ ଅଶାନ୍ତି ହେଉଥିଲା । ଏଭଳି ପରିସ୍ଥିତିରେ ସୁନୀଲଙ୍କ ଭାଇ ଅନୀଲ ଗଙ୍ଗା ପ୍ରସାଦଙ୍କ ଠାରୁ ଗଞ୍ଜେଇ ବେପାର କରିବାକୁ ୪୦ହଜାର ଟଙ୍କା ଧାର୍ ନେଇ ସେଇ ଟଙ୍କାରେ ସୁପାରୀ କିଲରଙ୍କ ଦ୍ବାରା ଗଙ୍ଗା ପ୍ରସାଦଙ୍କୁ ହତ୍ୟା କରିଥିବା କୁହାଯାଉଛି ।

ମୂଳୁ ମାଇଲେ ଯିବ ସରି ନୀତିରେ ଟଙ୍କା ଟେନସନରେ ଗଙ୍ଗା ପ୍ରସାଦଙ୍କୁ ରାସ୍ତାରୁ ହଟାଇବାକୁ ବିଧିବଦ୍ଧ ଯୋଜନା କରିଥିଲେ ଅନୀଲ ପାଢ଼ୀ । ଆଉ ଗଙ୍ଗାଙ୍କୁ ହତ୍ୟା ପାଇଁ ପାରଳାଖେମୁଣ୍ଡିର ୨ଜଣ ସୁପାରୀ ଦେଇଥିଲା । ଆଉ ଗଲା ୩ ତାରିଖରେ ଗଙ୍ଗାଙ୍କୁ ହତ୍ୟା କରିଥିଲେ ଏହି ସୁପାରୀ କିଲର ।

   Related Posts