Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ସିନେମା ହଲରେ ଆତଙ୍କ ସୃଷ୍ଟି କରିବା ସହ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

27/01/2019 at 9:26 PM

ଭୁବନେଶ୍ବର୨୭|୧; ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ପରେ ସହିଦ ନଗର ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ ସାମନ୍ତରାୟ ଏବଂ ସୁବ୍ରତ ବିଶ୍ବାଳ । ସାମ୍ବାଦିକଙ୍କୁ ଆକ୍ରମଣର ୨୪ ଘଣ୍ଟା ପରେ ମଧ୍ୟ ଆକ୍ରମଣକାରୀଙ୍କୁ କମିଶନରେଟ ପୋଲିସ ଜାଣିଶୁଣି ଗିରଫ କରୁନି ନା ଗିରଫ ନକରିବା ପାଇଁ କେଉଁ ଅଦୃଶ୍ୟ ଚାପ ରହୁଛି ବୋଲି ପ୍ରଶ୍ନ ଉଠିଥିଲା ।  ଘଟଣାକୁ ନେଇ ତାତିଥିଲେ ସାମ୍ବାଦିକ । ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୋଲିସ ଡିଜିଙ୍କୁ ଭେଟି ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ

 ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ମହାରାଜା ସିନେମା ହଲରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେବା ପରେ ଘଟଣାକୁ ନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା।  ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଏହାସହ ବରିଷ୍ଠ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଦୁର୍ବ୍ୟବହାରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।

ଶନିବାର ମହାରାଜା ସିନେମା ହଲରେ ଆତଙ୍କ ମଚାଇଥିଲେ କିଛି ଦୁର୍ବୃତ୍ତ। ଦର୍ଶକମାନଙ୍କୁ ଗାଳିଗୁଲଜ କରିବା ସହ ଯୁବତୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିରେ ଅତିଷ୍ଠ ହୋଇ କିଛି ଦର୍ଶକ ସିନେମା ହଲ ଛାଡି ପଳାଇଥିଲେ ।ସେଠାରେ ଉପସ୍ଥିତ ଥିବା ପ୍ରମେୟ ସାମ୍ବାଦିକ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିଥିଲେ ଏହି ଦୁର୍ବୃତ୍ତମାନେ।  ଏମାନଙ୍କ ଦାଦାଗିରି ସଂପର୍କରେ ପୋଲିସକୁ ଜଣା ଯାଇଥିଲା । ସହିଦ ନଗର ଥାନାର ପିସିଆର ଘଟଣା ସ୍ଥଳରେ ପହଁଚି କିଛି ଗଣ୍ଡଗୋଳକାରୀଙ୍କୁ ଥାନାକୁ ଆଣିଥିଲା। ହେଲେ କିଛି ସମୟ ପରେ ସେମାନଙ୍କୁ ଛାଡ଼ି ଦେଇଥିଲା

ଏପଟେ ପ୍ରଶ୍ନ ଉଠୁଛି ସିନେମା ହଲ୍ ଭିତରେ ଏତେବଡ଼ ଗଣ୍ଡଗୋଳ ଘଟିଗଲା, ଯାହାକି ହଲରେ ଦର୍ଶକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାିଛି। ଏପରିକି ପୋଲିସ ଏହାକୁ ନିୟମିତ ଯାଞ୍ଚ କରୁଛି କି ନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ହଲ୍‌ ଭିତରେ ସିସିଟିଭି ଲାଗିଛି ତ । ଯଦି ସିସିଟିଭି ଫୁଟେଜ ଅଛି, ପୋଲିସ କାହିଁକି ସିସିଟିଭି ଫୁଟେଜ ସାମ୍ନାକୁ ଆଣୁନି।

   Related Posts