Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲାଏନସ ପେଟ୍ରୋଲିୟମ ନାଁରେ ଜାଲ୍ ୱେବସାଇଟ କରି ଲୋକଙ୍କୁ ଠକୁଥିବା ୩ ସାଇବର ଠକ ଗିରଫ

2/12/2019 at 10:27 PM

ଢ଼େଙ୍କାନାଳ ୦୧।୧୨ –  ରିଲାଏନସ ପେଟ୍ରୋଲିୟମ ନାଁରେ ଜାଲ୍  ୱେବସାଇଟ କରି ଲୋକଙ୍କୁ ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏମାନେ ରିଲାଏନ୍ ସ ପେଟ୍ରୋଲିୟମ ନାଁରେ ଏକ ଜାଲ୍  ୱେବସାଇଟ କରି ଲୋକଙ୍କଠାରୁ ୪୦ ଲକ୍ଷ ୪୫ ହଜାର ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍  ଏମାନଙ୍କୁ ବିହାରର ପାଟଣାରୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ନାଳନ୍ଦାର ଆକାଶ କୁମାର, କୌଶଳେନ୍ଦ୍ର କୁମାର ଏବଂ ଗୟାର ଶୁଭମ ପ୍ରିୟଦର୍ଶୀ। Reliancepetroleum.org  ୱେବସାଇଟ ପକ୍ଷରୁ ଢେଙ୍କାନାଳର ଭୁବନର ଜଣେ ବ୍ୟକ୍ତିଙ୍କ ନିକଟକୁ ଏକ ଇ ମେଲ୍  ଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା କି ଢେଙ୍କାନାଳରେ ପେଟ୍ରୋଲ ପମ୍ପ କରିବା ଲାଗି ରିଲାଏନ୍ କମ୍ପାନି ତାଙ୍କୁ ଚୟନ କରିଛି। ତାପରେ ଏହି ଠକ ସଂସ୍ଥା ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଠକି ନେଇଥିଲେ ।

   Related Posts