ସମ୍ବଲପୁର ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ : ଟଙ୍କା ପାଇଁ ଅପହରଣ, ୨ ମାସ ଆଗରୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ

Published By : Prameya-News7 Bureau | July 26, 2020 IST

ସମ୍ବଲପୁର ୨୬।୭: ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ବ୍ୟବସାୟୀ ନରେଶ ଅଗ୍ରଓ୍ବାଲଙ୍କୁ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୋଲିସ । ଟଙ୍କା ପାଇଁ ଅପହରଣ ହୋଇଥିବା ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି ଡକ୍ଟର କନଓ୍ବର ବିଶାଲ ସିଂ । ଏହା ସହ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅପହରଣ ପାଇଁ ୨ ମାସ ଆଗରୁ ଅଭିଯୁକ୍ତମାନେ ବ୍ଲୁପ୍ରିଣ୍ଟ କରିବା ସହ ତାଙ୍କର କାର୍ଯ୍ୟକଳାପ ଉପରେ ନଜର ରଖୁଥିଲେ । ତେବେ ଅପହରଣ ପରେ ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ୨ କୋଟି ଟଙ୍କା ଦାବି କରିଥିବା ଏସପି କହିଛନ୍ତି ।

ଅପହରଣ ପରେ ପୋଲିସ ଏସଆଇଟି ବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗଠନ ସହ ତୁରନ୍ତ ତଦନ୍ତ କରିବାରୁ ସେମାନେ ବ୍ୟବସାୟୀଙ୍କୁ ହୀରାକୁଦ ଅଂଚଳରେ ଛାଡି ପଳାଇଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଆଉ ଜଣେ ଅଭିଯୁକ୍ତ ରାଜ୍ୟ ବାହାରେ ଅଛି । ତାକୁ ମଧ୍ୟ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇଥିବା ଏସପି କହିଛନ୍ତି । ଏହା ସହ ଗୋଟିଏ ଆକ୍ଟିଭା ଜବତ ହୋଇଛି । ଅପହରଣରେ ବ୍ୟବହୃତ ହୋଇଥିବା ଚାରିଚକିଆ ଗାଡି ଅତିଶୀଘ୍ର ଜବତ ହେବ ବୋଲି ଏସପି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.