ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଅବଜ୍ଞା ଅଭିଯୋଗରେ ଦଳିତ ପରିବାରକୁ ନିସ୍ତୁକ ମାଡ, ୩ ଗିରଫ

Published By : Prameya-News7 Bureau | April 09, 2020 IST

ଗୁଡଗାଓଁ ୯।୪:  କରୋନା ବିରୋଧରେ ଦେଶର ଏକତା ପ୍ରଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ୫ ଏପ୍ରିଲ ରବିବାର ରାତି ୯ଟାରେ ୯ ମିନିଟ୍ ପ୍ରଦୀପ  ପ୍ରଜ୍ୱଳନ ଲାଗି ନିବେଦନ କରିଥିଲେ। ଯାହାକୁ ସାରା ଦେଶରେ ଲୋକେ ବେଶ ଉତ୍ସାହ ସହକାରେ କରିଥିବା ସୋସିଆଲ ମିଡିଆରେ ବି ଦେଖାଯାଇଛି। ତେବେ ଗୁଡଗାଓଁ ପଲୱାଲରେ ଏହାକୁ ନେଇ ଘଟିଛି ଲଙ୍କାକାଣ୍ଡ। ଏକ ଦଳିତ ପରିବାର ସେଦିନ ଦ୍ୱୀପ ନ ଜଳାଇବାରୁ କିଛି ଲୋକେ ତାଙ୍କ ଘର ଉପରେ ସାମୂହିକ ଆକ୍ରମଣ କରିଥିବାର ପଲୱାଲ ଥାନାରେ ଅଭିଯୋଗ ହୋଇଥିଲା। ସେହି ଆଧାରରେ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ପଲୱାଲ ଥାନା ପିଙ୍ଗୋର ଗାଁରେ ରହୁଥିବା ଧନପାଲଙ୍କ ଘର ଉପରେ ଏହି ଆକ୍ରମଣ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିବେଦନ ଅନୁସାରେ ଧନପାଲଙ୍କ ପରିବାର ରାତି ୯ଟାରେ ଘରର ଆଲୋକ ଲିଭାଇ ବାହାରେ ଦୀପ ଜଳାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ବେଳେ କିଛି ଯୁବକ ତାଙ୍କ ଘରେ ଜୋର ଜବରଦସ୍ତ ପଶି ଭଙ୍ଗା ରୁଜା କରିବା ସହ ମାରପିଟ କରିଥିଲେ। ଏ ନେଇ ଯଦି ପିରବାର ଲୋକେ ପୋଲିସରେ ଅଭିଯୋଗ କରନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି ଧମକ୍ ଦେଇଥିଲେ।

ଏ ନେଇ ଧନପାଲ ଘଟଣା ନେଇ ପଲୱାଲ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କୁ ଅଙ୍କିତ, ସଚ୍ଚିନ ଓ ପବନ ନାମରେ ଚିହ୍ନଟ କରିଥିବା ବେଳେ ବାକି ଲୋକେ ଏବେବି ଫେରାର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.