ନାବାଳିକାଙ୍କୁ ଶିକ୍ଷକ ଓ ପ୍ରେମିକ ସମେତ ୩ଜଣ କଲେ ଦୁଷ୍କର୍ମ ; ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ

Published By : Prameya-News7 Bureau | February 17, 2019 IST

ଯାଜପୁର ୧୭|୨:  ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଯାଜପୁର ଟାଉନ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତ ମାସ ୨୧ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ୩ଜଣଙ୍କୁ କୋଲକାତାରୁ ଗିରଫ କରିଛି ପୋଲିସ ।

{"id":86036}

ସୂଚନାଯୋଗ୍ୟ ଯେ, ଯାଜପୁର ବ୍ଲକ୍ ସାନସୁଆର ପଞ୍ଚାୟତ ତରତୋଟା ଗ୍ରାମର ଧନେଶ୍ଵର ଜେନାଙ୍କ ପୁଅ ୨୧ବର୍ଷ ବୟସ୍କ ସର୍ବେଶ୍ଵରଙ୍କର ସେହି ଗ୍ରାମର ଜଣେ ନାବାଳିକାଙ୍କ ସହ ପ୍ରେମ ସଂପର୍କ ଥିଲା। ସର୍ବେଶ୍ଵର ସେହି ନାବାଳିକାଙ୍କ ପାଖକୁ ପଠାଇଥିବା ଚିଠି ସ୍କୁଲ ଶିକ୍ଷକ ଦେବଦତ୍ତ ସ୍ବାଇଁଙ୍କ ହାତରେ ପଡିଯାଇଥିଲା । ଫଳରେ ଏହାର ସୁଯୋଗ ନେଇ ଦେବଦତ୍ତ ନାବାଳିକା ଜଣକ ସଦହ ଶାରୀରିକ ସମ୍ପର୍କ ରଖିଥିବା ପୀଡ଼ିତା କୋର୍ଟରେ କହିଛନ୍ତି । ପରେ ସଂପୃକ୍ତ ଯୁବକ ନାବାଳିକାଙ୍କୁ ନେଇ ଗାଁ ଛାଡି ପଳାଇଯାଇଥିଲେ ।

{"id":86037}

କାମ ଥିବା ଯୋଗୁଁ ଛବାଟିଠାରେ ସଂପର୍କୀୟ ଘରେ ନାବାଳିକାଙ୍କୁ ଛାଡି ଯାଇଥିଲେ । ସେଠାରେ ତାଙ୍କ ସମ୍ପର୍କୀୟ ଗୁଡୁ ଜେନା ତାଙ୍କୁ ଏକା ପାଇ ଦୁଷ୍କର୍ମ କରିଥିଲେ। ନାବାଳିକାଠାରୁ ଏକଥା ଶୁଣିବା ପରେ ତାଙ୍କୁ କଲିକତା ନେଇ ପଳାଇଯାଇଥିଲେ ଯୁବକ । ପରିବାରଲୋକେ ଝିଅ ନିଖୋଜ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ।

{"id":86038}

ପୋଲିସ କେସ୍ ନମ୍ବର ୧୬/୨୯ରେ ମାମଲା ରୁଜୁ କରି ନାବାଳିକା ଏବଂ ତାଙ୍କ ପ୍ରେମିକଙ୍କୁ କୋଲକାତାରୁ ଉଦ୍ଧାର କରିଥିଲା । ଘଟଣାରେ ପ୍ରେମିକ ସର୍ବେଶ୍ଵରଙ୍କୁ ଗତକାଲିଠାରୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ପାଳପୁର ଉପ୍ରା ବିଦ୍ୟାଳୟର ଶିକ୍ଷକ ଦେବଦତ୍ତ ସ୍ଵାଇଁ ଏବଂ ଛାବାଟି ଅଞ୍ଚଳର ଗୁଡୁ ଜେନାଙ୍କୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ  କୋର୍ଟ ଚାଲାଣ କରାଯାଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.