ଜାତୀୟ ରାଜପଥରୁ ଟ୍ରକ୍ ଲୁଟ୍ ଘଟଣାରେ ୩ ଗିରଫ

Published By : Prameya-News7 Bureau | August 01, 2020 IST

ଖୋର୍ଦ୍ଧା ୧।୮: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରୁ ଏକ କୁରକୁରେ ବୋଝେଇ ଟ୍ରକକୁ ୨୨ ତାରିଖରେ ଲୁଟେରାମାନେ ବଳପୂର୍ବକ ଲୁଟକରି ନେଇ ପଳାଇ ଯାଇଥିଲେ । ଲୁଟେରାମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲପରକୁ କାବୁକରି ଟ୍ରକକୁ ନେଇ ପଳାଇଥିଲେ । ନୟାଗଡ ପାଖ ଏକ ଜଙ୍ଗଲରେ ଡ୍ରାଇଭର ଓ ହେଲପରଙ୍କୁ ଛାଡିଦେଇଥିଲେ । ଟ୍ରକ୍ ଡ୍ରାଇଭର ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କଲା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ୩ ଜଣ ଲୁଟେରାକୁ ଜଗତପୁରରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି । ଡକାୟତମାନେ ଟ୍ରକରୁ କୁରୁକୁରି ଗୁଡିକ ଜଗତପୁରରେ ବିକ୍ରି କରି ଟ୍ରକଟିକୁ ଜଟଣୀ ଥାନା ଗଙ୍ଗପଡା ଟୋଲଗେଟ୍ ନିକଟରେ ଥୋଇ ପଳାଇଥିଲେ । ଗିରଫ ଡକାୟତମାନେ ହେଲେ କଟକ ଲକ୍ଷ୍ମୀ ନାରାୟଣପୁରର ନନ୍ଦ ସାହୁ, ମାନସ ରଞ୍ଜନ ଗିରି ଓ ସୁରେନ୍ଦ୍ର ଦାଶ । ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.