Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ATMରୁ କରୋନା ସଂକ୍ରମଣ ! ୩ ସେନା କର୍ମଚାରୀଙ୍କ ରିପୋର୍ଟ ପଜିଟିଭ, କ୍ବାରେଣ୍ଟାଇନ୍‌ରେ ୨୮ ଜଣ

24/04/2020 at 8:54 AM

ଭଦୋଦରା ୨୪।୪: ଗୁଜୁରାଟର ଭଦୋଦରାଠାରେ ୩ ଜଣ ଯବାନ କରୋନା ସଂକ୍ରମିତ ହୋଇଛି । ଯବାନମାନଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଏହି ଯବାନମାନେ ଗୋଟିଏ ଏଟିଏମ୍ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ୩ ଜଣ ଯବାନ ସେହି ଏଟିଏମ୍ ରୁ ଟଙ୍କା ଉଠାଇ ନେଇଥିଲେ । ଏଟିଏମ୍ ଯୋଗୁଁ ୩ ଜଣ ଯବାନ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ସେମାନଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଜଣଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ବର୍ତ୍ତମାନ ସେ ସମସ୍ତଙ୍କର କରୋନା ପରୀକ୍ଷା କରାଯାଇପାରେ ବୋଲି ଜଣାପଡିଛି । ଏହାପୂର୍ବରୁ ମହାରାଷ୍ଟ୍ରରେ ନୌସେନା କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଭାରତୀୟ ନୌସେନାର କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ନୌସେନାର ୨୫ ରୁ ଅଧିକ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୧ ଜଣଙ୍କର ରିପୋର୍ଟ ପଜିଟିଭ ଥିଲା । ମୁମ୍ବାଇର INS Angreରେ ୨୧ ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ଯବାନମାନଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ଚାଲିଛି ।

ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲକ୍ ଡାଉନ୍ ଥିଲେ ମଧ୍ୟ ସଂକ୍ରମଣର ବିସ୍ତାର ହୋଇଚାଲିଛି । ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୬୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମହାମାରୀରୁ ୪ ହଜାର ୩୨୫ ଲୋକ ସୁସ୍ଥ ହୋଇଛନ୍ତି।

   Related Posts