Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଭୁବନେଶ୍ବର ଆରଟିଓ ଅଫିସରୁ ୩ ଦଲାଲ ଗିରଫ : ଉଚ୍ଛେଦ ହେଲା ଦଲାଲଙ୍କ କ୍ୟାବିନ୍

30/09/2019 at 11:16 AM

ଭୁବନେଶ୍ବର ୩୦/୯: ଆରଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ଜାରି ରହିଛି ଅଭିଯାନ । ଏହି କ୍ରମରେ ଆଜି ଭୁବନେଶ୍ବର ଆରଟିଓ ପରିସରରୁ ୩ଦଲାଲଙ୍କୁ ଗିରଫ କରାଯାଇଛି । ଏପଟେ ଭୁବନେଶ୍ବର ଆରଟିଓ ପରିସରରେ ଦଲାଲ ମାନେ ବସୁଥିବା କ୍ୟାବିନ୍ ଗୁଡିକୁ ହଟାଯିବା କାର୍ଯ୍ୟ ଜାରି ରହିଛି ।

ତୁରନ୍ତ ଆରଟିଓ ଅଫିସ ଦଲାଲ ମୁକ୍ତ କରିବାକୁ ଚାଲିଛି ଉଦ୍ୟମ । ସେପଟେ ସହିଦ ନଗର ବିଏମସି ଅଫିସ ଓ ଓଏସଆରଟିସିରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । ତେଣୁ ଲମ୍ବା ଧାଡିରେ ଅଛନ୍ତି ଆବେଦନକାରୀ । ଲର୍ଣ୍ଣିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଅଫିସକୁ ଆସୁଥିବା ବ୍ୟକ୍ତି ଆପ୍ଲିକେସନ ଫର୍ମର କପି ଓ ଆକନଲେଜମେଣ୍ଟ, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା, ବ୍ଲଡ ଗ୍ରୁପ ସାର୍ଟିଫିକେଟ ସାଙ୍ଗରେ ଆଣିବେ ।

  ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ କଡାକଡି କରାଯାଇଥିଲା । କାଗଜପତ୍ର ନଥିବା ଗାଡି ଚାଳକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା । ଏହା ପରେ ଆରଟିଓ ଲାଗିଥିଲା ଲମ୍ବା ଲାଇନ । ଶୀଘ୍ର କାଗଜପତ୍ର କରେଇ ଦେବା ପାଇଁ ଦଲାଲମାନେ ସକ୍ରିୟ ହୋଇଉଠିଥିଲେ । ପରେ ସରକାର ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଡିଏଲ୍ ବାଧ୍ୟତାମୂଳକ ସମୟ ସୀମା ୩ ମାସ ବୃଦ୍ଧି କରିଛନ୍ତି ।

   Related Posts