Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରାଉରକେଲାର ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି ଘଟଣା : ଭଉଣୀ ଏବଂ ଭିଣୋଇଙ୍କ ସମେତ ୩ ଗିରଫ

27/07/2019 at 6:35 PM

ରାଉରକେଲା ୨୭|୭: ରାଉରକେଲାର ନାବାଳିକା ରାଜସ୍ଥାନରେ ବିକ୍ରି ହେବା ଘଟଣାରେ ତିନି ଜଣଙ୍କୁ ଗିରଫ କଲା ଲାଠିକଟା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ମଣ୍ଡଳ, ସୁଭା ମଣ୍ଡଳ, ସୁମନ ମଣ୍ଡଳ । ଚନ୍ଦନ ନାବାଳିକାର ଭିଣୋଇ ହୋଇଥିବା ବେଳେ ସୁଭା ନାବାଳିକାର ଭଉଣୀ । ସୁମନ ହେଉଛି ଜଣେ ସଂର୍ପକୀୟ ।

ନାବାଳିକାକୁ ଗର୍ଭବତୀ ଅବସ୍ଥାରେ ରାଜସ୍ଥାନ ଝୁନ ଝୁନରୁ ଉଦ୍ଧାର କରିଥିଲା ଦିଲ୍ଲୀ ମହିଳା ଆୟୋଗ । ନାବାଳିକାକୁ ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକାର ବାପା ବାରମ୍ବାର ରାଉରକେଲା ପୋଲିସ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ଅଭିଯୋଗରେ ରହିଯାଇଥିଲା ।

ନାବାଳିକାର ବାପା ଦିଲ୍ଲୀ ମହିଳା ଆୟୋଗଙ୍କ ନିକଟରେ ଗୁହାରୀ କରିଥିଲେ । ଗୁହାରୀ କରିବାର ୨୪ଘଂଟା ଭିତରେ ଉଦ୍ଧାର ହୋଇଥିଲେ ନାବାଳିକା । ଏ ଘଟଣାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ରାଉରକେଲା ପୋଲିସକୁ ଭର୍ସନା କରିଥିଲେ ।

   Related Posts