ଭୁବନେଶ୍ୱର ବାଙ୍କୁଆଳ ଗୁଳିକାଣ୍ଡ ଘଟଣାରେ ୩ ଜଣଙ୍କୁ ଗିରଫ କଲା ସହିଦନଗର ପୋଲିସ

Published By : Prameya-News7 Bureau | September 09, 2018 IST

ଭୁବନେଶ୍ୱର ୯/୯ : ଭୁବନେଶ୍ୱର ବାଙ୍କୁଆଳ ଗୁଳିକାଣ୍ଡ ଘଟଣାରେ ୩ ଗିରଫ ହୋଇଛନ୍ତି | ସହିଦ ନଗର ପୋଲିସ ୩ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛି | ଗିରଫ ହୋଇଥିବା ୩ ଜଣ ହେଲେ ଚନ୍ଦନ ମହାପାତ୍ର, ସୁଜିତ ସେଠୀ ଏବଂ ସୋଲଙ୍କି ସିଂ | ଗିରଫ ଅଭିଯୁକ୍ତ ଠାରୁ ପୋଲିସ ପିସ୍ତଲ ଜବତ କରିଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୨ ତାରିଖରେ ଗୁଳିକାଣ୍ଡ ଘଟିଥିଲା | ଗୁଳିମାଡରେ ଶିଶୁପାଳଗଡ଼ର ସୁଶାନ୍ତ ଭୋଇ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.