ବାଲିଅନ୍ତା ପୋଲିସ୍‌ କବଜାରେ ୩ ଲୁଟେରା

Published By : Prameya-News7 Bureau | July 27, 2020 IST

ବାଲିପାଟଣା୨୭/୭: ବାଲିଅନ୍ତା ପୋଲିସ୍‌ କବଜାରେ ତିନି ଲୁଟେରା। ତିନି ଲୁଟେରା ହେଲେ ବିଶ୍ୱଜିତ୍ ସ୍ୱାଇଁ, ସିଲୁ ସାମଲ ଏବଂ ଶିବାଶିଷ ଦାସ । ଏ ସମସ୍ତ ଲୁଟେରା ଜଗତସିଂହପୁର ଜିଲ୍ଲା କୋରୁଅ ଗ୍ରାମର ବୋଲି ସୂଚନା ମିଳିଛି। ଗତକାଲି ଏହି ତିନିଜଣଙ୍କୁ କାବୁ କରିଥିଲା କମିଶନ୍‌ରେଟ୍‌ ପୋଲିସ୍। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନିକଟରୁ ଗୋଟିଏ ସୁନା ଚେନ୍‌, ସୁନା ଲକେଟ୍‌, ଲୁଟ୍ ହୋଇଥିବା ଦୁଇଟି ମୋବାଇଲ୍ ଫୋନ, ଏକ ହଜାର ଟଙ୍କା ଏବଂ ବାଇକ୍ ସହ ଅପରାଧ କାର୍ଯ୍ୟରେ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ ଜବତ ହୋଇଛି ।

ଗତ ଜୁନ ମାସ ୨୫ ତାରିଖ ସଂଧ୍ୟ୍ୟା ସମୟରେ ଦମ୍ପତି ଭୁବନେଶ୍ୱରରୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ହଂସପାଳ-ଅଭୟମୁଖି କେନାଲ ବନ୍ଧ ରାସ୍ତା ଭିଙ୍ଗାରପୁର ଠାରେ ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ସୁନା ଚେନ୍‌, ଲକେଟ୍‌, ମୋବାଇଲ ଏବଂ ୧୦ହଜାର ଟଙ୍କା ସହ ଭ୍ୟାନିଟ୍ ବ୍ୟାଗ ସହ ଲୁଟି ନେଇଥିଲେ ଲୁଟେରା । ଚୋରୀ ମୋବାଇଲ୍ କୁ ଟ୍ରାକ୍ କରି ଲୁଟେରାଙ୍କ ସମ୍ପର୍କରେ ସୂଚନା ପାଇଥିଲା କମିଶନରେଟ୍ ପୋଲିସ । ମୋବାଇଲ୍ ଫୋନ ଟ୍ରାକିଂ ରୁ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇଥିଲା କମିଶନରେଟ୍ ପୋଲିସ ।

ଭୁବନେଶ୍ୱର ଏବଂ ଉପକଣ୍ଠରେ ଲକଡାଉନ୍ ସମୟରେ ଲୁଟେରା ମାନଙ୍କର ଉତ୍ପାତ ବଢି ଯାଇଛି । ଉପକଣ୍ଠର ବାଲିଅନ୍ତା ଏବଂ ବାଲିପାଟଣା ଥାନା ଅଂଚଳରୁ ୯ରୁ ଅଧିକ ମାମଲା ସମ୍ନାକୁ ଆସିଛି । ଲୁଟେରା ମାନଙ୍କୁ ଧରିବାରେ ଜନସାଧାରଣ ପୋଲିସ୍ କୁ ସହଯୋଗ କରିବା ପାଇଁ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ନିବେଦନ କରିଛନ୍ତି । ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିଲେ ୧୦୦ ନମ୍ବର ଡାଏଲ କରି ଜଣାଇବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.