Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅସ୍ତରଙ୍ଗ ଦିନାଡିଆରେ ୪ଜଣଙ୍କୁ ହତ୍ୟା ଘଟଣା : ୩ଜଣ ଦୋଷୀ ସାବ୍ୟସ୍ତ

7/02/2019 at 8:55 AM

ପୁରୀ ୭|୨: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନଗର ଦିନାଡିଆ ଗାଁରେ ପୂର୍ବତନ ଡିଆଇ ଦୀନବନ୍ଧୁ ମଲ୍ଲିକଙ୍କ ସପରିବାରକୁ ହତ୍ୟା ମାମଲାର ଆସିଲା ରାୟ  । ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।  ଆସନ୍ତା ୮ ତାରିଖରେ ମୁଖ୍ୟ ଅଭିଯୁକ୍ତ ହିମାଦ୍ରୀ ଶେଖର ଦାସ ଓରଫ୍ ରହିମ ଖାନ, ପତ୍ନୀ ଆୟେଶା ବେଗମ ଓ ତାଙ୍କ ଧରମ ବାପା ଫକୀର ମଲ୍ଲିକଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ।

୨୦୧୫ ସେପ୍ଟେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ ଦୀନବନ୍ଧୁ ମଲିକ, ତାଙ୍କ ପତ୍ନୀ ନିର୍ମଳା, ବଡ ଝିଅ ୧୧ ବର୍ଷୀୟ ଶାଶ୍ବତୀ ଏବଂ ୪ ବର୍ଷର ସାନ ଝିଅ ପ୍ରଣତିଙ୍କ ତଣ୍ଟି କାଟି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହା ପରେ ସୁନା ଅଳଙ୍କାର, ମୋବାଇଲ ଓ ବାଇକ୍ ନେଇ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।  ଘଟଣାକୁ ଅତ୍ୟନ୍ତ ଗୁରୁତର ସହନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଥିଲେ । ଏବଂ କ୍ରାଇମବ୍ରାଞ୍ଚ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ  କରିଥିଲା  ।

   Related Posts