କ୍ୱାରେଣ୍ଟାଇନ୍ ସେଣ୍ଟରରେ ୩ ବିଦେଶିନୀ ଗର୍ଭବତୀ, କଡା ସୁରକ୍ଷାରେ କେମିତି କେଁ ?

Published By : Prameya-News7 Bureau | July 23, 2020 IST

ରାଞ୍ଚି, ୨୩|୦୭: କରୋନା ମୁକାବିଲା ପାଇଁ ସରକାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ୱାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରିଛନ୍ତି । ଏଥିରେ କରୋନା ସଂକ୍ରମିତ, ପ୍ରବାସୀ କିମ୍ବା ବିଦେଶ ଫେରନ୍ତାଙ୍କୁ ରଖାଯାଉଛି । ତେବେ ଅନେକ ସମୟରେ କ୍ୱାରଣ୍ଟାଇନ ସେଣ୍ଟରର ଅବ୍ୟବସ୍ଥା ସାମ୍ନାକୁ ଆସୁଛି । ଏପରିକି ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ୩ ବିଦେଶିନୀ ଗର୍ଭବତୀ ହୋଇଯାଇଥିବା ଜଣାପଡିଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନାନୁସାରେ, ଝାଡଖଣ୍ଡର ରାଜଧାନୀ ରାଞ୍ଚି ଖେଳଗାଓଁରେ ଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ୧୭ ବିଦେଶୀ ମହିଳାଙ୍କୁ ରଖାଯାଇଥିଲା । ଏହି ମହିଳାଙ୍କ ତବଲିଗି ଜମାତ୍ ଲିଙ୍କ୍ ରହିଥିଲା । ଏପରିକି ସେମାନଙ୍କ ପତିଙ୍କୁ ମଧ୍ୟ ୧୧୧ଦିନିଆ କ୍ୱାରେଣ୍ଟାଇନ କରାଯାଇଥିଲା । ଏହାମଧ୍ୟରେ ୩ ବିଦେଶିନୀ ଗର୍ଭବତୀ ହୋଇଥିବା ସୂଚନା ମିଳିଛି ।

ମହିଳାମାନଙ୍କୁ ଯେଉଁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା, ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସେମାନଙ୍କୁ କାହା ସହ ମଧ୍ୟ ସାକ୍ଷାତ ନକରିବାକୁ କୁହାଯାଇଥିଲା । ଏହାସତ୍ୱେ ୩ଜଣ ବିଦେଶିନୀ ଗର୍ଭବତୀ ହୋଇଯାଇଛନ୍ତି । ଏନେଇ ଗତ ୨୧ ତାରିଖରେ ପ୍ରଶାସନ ଜାଣିଥିଲା । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି ।

ସୂଚନାଯୋଗ୍ୟ, ଏହି ମହିଳାମାନଙ୍କୁ ତବଲିଗି ଲିଙ୍କ୍  ସହ ଭିସା ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ମାର୍ଚ୍ଚ ୩୦ରେ ଗିରଫ କରାଯାଇଥିଲା । ଏହାପରେ ସେମାନଙ୍କୁ ଜୁଲାଇ ୨୦ ଯାଏଁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏହାମଧ୍ୟରୁ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ରାଞ୍ଚି ରିମସକୁ ପଠାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.