ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ
4/12/2020 at 7:40 AM

Image Courtesy : dainik bhaskar
ବାଲେଶ୍ବର ୪।୧୨: ଓଡିଶାରେ ଭୂକମ୍ପ ଝଟକ ଅନୁଭୂତ । ରାଜ୍ୟର ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୨ଟା ୧୩ ମିନିଟ୍ ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରହିଥିଲା ।
ନିସ୍ତବ୍ଧ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କିଛି ଲୋକ ଏହା ଜାଣିପାରିନଥିଲେ । ଆଉ କିଛି ଲୋକ ଭୂକମ୍ପ ଝଟକା ଅନୁଭୂତ କରିଥିଲେ । ଏହି ସମୟରେ କିଛି ଲୋକ ଘରୁ ବାହାରକୁ ପଳାଇ ଆସିଥିଲେ । ମୟୁରଭଞ୍ଜରେ ଲୋକ ଭୟଭୀତ ହୋଇ ଶଙ୍ଖ ଓ ଘଣ୍ଟ ବଜାଉଥିବା ଦେଖିବାକୁ ମିଳିଥିଲା ।
କେବଳ ଓଡିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି ।
Related Posts
ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
25 January 2021
ଓଲଟିଲା ଦଶଚକିଆ ଟ୍ରକ, ଯାତାୟତ ବାଧାପ୍ରାପ୍ତ
25 January 2021